ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜର ଏକ ସୁନ୍ଦର ଘର କରିବା ପାଇଁ ସମସ୍ତଙ୍କର ସ୍ୱପ୍ନ ଥାଏ। ଆଜିର ମହଙ୍ଗା ଯୁଗରେ ଖଣ୍ଡିଏ ଘର ତିଆରି କରିବା କଷ୍ଟକର ହୋଇପଡ଼ୁଛି। ତେବେ ଘର ତିଆରି ସମୟରେ କିପରି ଘର ମଜଭୁତ ହେବ ସେଥିପ୍ରତି ସମସ୍ତେ ଅଧିକ ଧ୍ୟାନ ଦିଅନ୍ତି।

ଘର କିପରି ଶକ୍ତ ଓ ମଜଭୁତ ହେବ ସେନେଇ ଭଲ ସିମେଣ୍ଟ ଏବଂ ବିମ ଦେଇ ଘର ତିଆରି କରୁଛନ୍ତି। ତଥାପି ଭୂମିକମ୍ପରୁ ଘରକୁ ରକ୍ଷା କରିହୁଏ ନାହିଁ। ତେବେ ନାଇଜେରିଆର ଯୁବଗୋଷ୍ଠୀ ଏଥିପାଇଁ ନୂଆ ଉପାୟ ବାହାର କରିଛନ୍ତି।

ନାଇଜେରିଆର ଲୋକେ ଘର ତିଆରି କରିବା ପାଇଁ ଏବେ ପ୍ଲାଷ୍ଟିକ ବୋତଲ, ମାଟି ଓ  ଚିପ୍ସ ବ୍ୟବହାର କରୁଛନ୍ତି। ବିଶେଷଜ୍ଞଙ୍କ  କହିବା ଅନୁସାରେ ୭.୩ ତୀବ୍ରତାର ଭୂମିକମ୍ପିରେ ଏହି ଘରକୁ ଦୋହଲାଇ ପାରିବ ନାହିଁ।

୬୦୦ ବର୍ଗଫୁଟର ଗୋଟିଏ ଘର ତିଆରି କରିବା ପାଇଁ ପାଖାପାଖି ୩.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ନାଇଜେରିଆରେ ଗତ ୧୦ ବର୍ଷ ହେଲା ବେକାରୀ ସଂଖ୍ୟା ବୃଦ୍ଧି ପାଉଛି। ଏପରିସ୍ଥଳେ ବେକାରୀ ଯୁବକଯୁବତୀଙ୍କୁ ରୋଜଗାର ମଧ୍ୟ ମିଳିଯାଉଛି।

ବିଶେଷଜ୍ଞଙ୍କ ଅନୁସାରେ ଏହି ଘର ଭୂମିକମ୍ପକରୁ ରକ୍ଷା ପାଇବା ସହ ବେଶ ଶକ୍ତ ମଧ୍ୟ। କାରଣ ପ୍ଲାଷ୍ଟିକ ବୋତଲ ଶୀଘ୍ର ଖରାପ ହୁଏନାହିଁ। ପ୍ଲାଷ୍ଟିକ ଘର ଖରାପ ହେବାପାଇଁ ପାଖାପାଖି ୪୫୦ ବର୍ଷ ଲାଗିଯିବ। ସାଧାରଣ ଘର ପରି ମଧ୍ୟ ଏପରି ଘର ତିଆରି ହୋଇପାରିବ।

ତେବେ ପ୍ଲାଷ୍ଟିକ ଘର ତିଆରି କଲେ ପରିବେଶ ସୁରକ୍ଷା ହେବା ସହ ଖୁବ ଶସ୍ତାରେ ମଧ୍ୟ ଘର ତିଆରି ହୋଇଯିବ। ନାଇଜେରିଆର ମୋଟ ଜନସଂଖ୍ୟା ୧୯ କୋଟି ଥିଲାବେଳେ ପ୍ରତିବର୍ଷ ୩.୨ ଟନ୍ ଅଦରକାରୀ ପ୍ଲାଷ୍ଟିକ ବୋତଲ ବାହାରୁଛି।

Comment