ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଆଜି(ଶୁକ୍ରବାର) ଅଭିନେତ୍ରୀ ଏଲି ପାଢ଼ୀଙ୍କ ବାହାଘର। ପିଲାବେଳର ବନ୍ଧୁ ତଥା ଯୁବ ବ୍ୟବସାୟୀ ଶ୍ରୀମୟ କୁମାର ପଣ୍ଡାଙ୍କୁ ବିବାହ କରୁଛନ୍ତି ଏଲି। ଗତ ୨୨ ଜାନୁଆରିରେ ଏଲିଙ୍କ ନିର୍ବନ୍ଧ ସରିଥିଲା। ଏହି ନିର୍ବନ୍ଧରେ ଏଲିଙ୍କ ପରିବାରବର୍ଗ, ଓଲିଉଡ ସେଲିବ୍ରିଟି ଏବଂ ତାଙ୍କ ପ୍ରଶଂସକମାନେ ସାମିଲ ହୋଇଥିଲେ।

ଏଲି ପାଢ଼ୀ ‘ତାଜା ଖବର’ ଓ ‘ଷୋହଳ ପୂରି ସତର ହେଲା’ ଭଳି ଆଲବମ୍‌ରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ପରେ ‘ଫିୟର ଅଫ ଦ ଇୟର’ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ।

ଟେଲି ଧାରାବାହିକ ତୁଳସୀ, ସିନ୍ଦୁର, ଅପା ଭଳି ପପୁଲାର ଧାରାବାହିକରେ ଏଲି ଅଭିନୟ କରିଛନ୍ତି। ଏଲି ଆଙ୍କରିଂରେ ବି ବେଶ୍‌ ଲୋକପ୍ରିୟ। ବର୍ତ୍ତମାନ ସେ ‘କିଏ ଜିତେ କିଏ ହାରେ’ ଧାରାବାହିକର ଉପସ୍ଥାପନା କରୁଛନ୍ତି।

Comment