ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟ୍ରିକ ପରୀକ୍ଷା ପରେ ଓଟିଇଟି ପରୀକ୍ଷା

ଏଣିକି ଓଟିଇଟି ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯିବ। ଅନଲାଇନରେ ହେବ ଓଟିଇଟି ପରୀକ୍ଷା।

ପ୍ରଶ୍ନପତ୍ର ଲିକ୍‌ ହେବା ପରେ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ  ସଭାପତି ଜାହାନା ଆରା ବେଗମ୍ ସୂଚନା ଦେଇଛନ୍ତି। ମାଟ୍ରିକ ପରୀକ୍ଷା ପରେ ଓଟିଇଟି ପରୀକ୍ଷା କରିବାକୁ ଚିନ୍ତା କରିଛି ବୋର୍ଡ।

କିଛିଦିନ ତଳେ ଓଟିଇଟି ପରୀକ୍ଷା ଦିନ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଯାହାପରେ ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା।

Comment