ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଜିମରେ ୪୫ ବର୍ଷରୁ ଅଧିକ ଲୋକଙ୍କୁ ବ୍ୟାୟାମ କରିବାର ଦେଖିବାକୁ ମିଳିନଥାଏ। କିନ୍ତୁ ଯେତେବେଳେ ୭୨ ବର୍ଷୀୟ ବୃଦ୍ଧାଙ୍କୁ ଜିମରେ ବ୍ୟାୟାମ କରିବାର ଦେଖିବେ ଆପଣ କ’ଣ କହିବେ? ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ  ଜଣେ ୭୨ ବର୍ଷୀୟ ବୃଦ୍ଧା ବ୍ୟାୟାମ କରୁଛନ୍ତି।

ଏକ ମିନିଟର ଏହି ଭିଡିଓରେ ବୃଦ୍ଧା ଜଣଙ୍କ ଆରାମରେ ଅଭ୍ୟାସ କରୁଛନ୍ତି।  ଫେସବୁକରେ ୯୦୧ ଫିଜିକାଲ ଥେରାଫି ଏହି ଭିଡିଓକୁ ସେୟାର କରିଛନ୍ତି। ଫଲୋଅର୍ସ ମଧ୍ୟ ଭିଡିଓ ଦେଖି କମେଣ୍ଟ ଦେବା ସହ ବୃଦ୍ଧାଙ୍କୁ ପ୍ରଶଂସା କରୁଛନ୍ତି। ୩ ସପ୍ତାହ ତଳେ ପୋଷ୍ଟ ହୋଇଥିବା ଭିଡିଓକୁ ୭୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ସେହପରି ଏହି ୮ ହଜାରରୁ ଅଧିକ ଲାଇକ ମିଳିଛି। ଭିଡିଓକୁ ୯୦ ହଜାରରୁ ଅଧିକ ଥର ସେୟାର ମଧ୍ୟ କରାଯାଇଛି।

Comment