ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୪୬ ଘଣ୍ଟା ପରେ ଅନଶନ ପ୍ରତ୍ୟାହାର କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ସରକାର ଏବଂ ସିବିଆଇ ବିରୋଧରେ ସେ କୋଲକାତାରେ ରବିବାର ରାତିରୁ ଅନଶନରେ ବସିଥିଲେ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅନୁରୋଧକ୍ରମେ ମମତା ଅନଶନ ପ୍ରତ୍ୟାହାର କରିଛନ୍ତି। ଚନ୍ଦ୍ରବାବୁ ଆଜି ମମତାଙ୍କ ଧାରଣାସ୍ଥଳକୁ ଆସିଥିଲେ।

ମମତା ବାନାର୍ଜୀ କହିଛନ୍ତି, “ସୁପ୍ରିମକୋର୍ଟ ଆଜି ସକରାତ୍ମକ ଟିପ୍ପଣୀ ଦେଇଛନ୍ତି। ଆସନ୍ତା ସପ୍ତାହରେ ଆମେ ଏହି ପ୍ରସଙ୍ଗକୁ ଦିଲ୍ଲୀରେ ଉଠାଇବୁ। କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାକୁ କବ୍‌ଜା କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜ ପଦବୀରୁ ଇସ୍ତଫା ଦେଇ ଗୁଜରାଟ ଫେରି ଯାଆନ୍ତୁ। କାରଣ ଦିଲ୍ଲୀରେ କେବଳ ଗୋଟିଏ ପାର୍ଟି ଏବଂ ଗୋଟିଏ ବ୍ୟକ୍ତିର ଶାସନ ଚାଲୁଛି।”

କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ବାସଭବନରେ ରବିବାର ସନ୍ଧ୍ୟାରେ ସିବିଆଇ ପଶିଥିଲା। ଏହାର ପ୍ରତିବାଦରେ ମମତା ଅନଶନ କରିଥିଲେ।

Comment