ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗତ କିଛିଦିନ ହେବ ବଲିଉଡର ଲୋକପ୍ରିୟ ସିଙ୍ଗର ନେହା କକ୍କଡ ହିମାଂଶ କୋହଲୀଙ୍କଠୁ ଅଲଗା ହୋଇଛନ୍ତି। ଏହା ପରେ ନେହା ଧୀରେ ଧୀରେ ନିଜକୁ ସମ୍ଭାଳୁଛନ୍ତି। ନିଜକୁ ସବୁବେଳେ ବିଜି ରଖୁଛନ୍ତି। ଅନେକ ସାରା କାମ ବି କରୁଛନ୍ତି।

କେବଳ ଏତିକି ନୁହଁ ନେହା ସିଙ୍ଗଲ ରହିବାର ଫାଇଦା କଣ ହୋଇଥାଏ ତାହାସୋସିଆଲ ମିଡିଆରେ ଫ୍ୟାନ୍‌ ମାନଙ୍କ ସହ ଶେୟାର କରିଛନ୍ତି।

ନେହା ଏକ ଫୋଷ୍ଟରେ ଲେଖିଛନ୍ତି,”ସିଙ୍ଗଲ ରହିବାର ସବୁଠୁ ଅଧିକ ଫାଇଦା ଏହା କି, ଆପଣ ସମୟରେ ଶୋଇପାରିବେ।”

ନେହା ହିମାଂଶଙ୍କ ସହ ବ୍ରେକଅପ୍‌ ଖବର ସୋସିଆଲ ମିଡିଆରେ ନିଜ ଫ୍ୟାନ ମାନଙ୍କ ସହ ଶେୟାର କରିଥିଲେ। ତେବେ ଏବେ ନେହା କହିଛନ୍ତି ସନ୍ଦେହ କାରଣ ଯୋଗୁଁ ତାଙ୍କର ହିମାଂଶଙ୍କ ସହ ବ୍ରେକଅପ୍‌ ହୋଇଥିଲା।

Comment