ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ରାଣୀପାଟଣା ବ୍ୟାଙ୍କ କଲୋନୀରେ ମଙ୍ଗଳବାର ଡବଲ ମର୍ଡର ହୋଇଛି। ଏକ ଘର ଭିତରୁ ମହିଳା ଓ ପୁରୁଷଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।

କେଉଁ କାରଣ ପାଇଁ ମର୍ଡର ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ସନ୍ଦେହ କରାଯାଉଛି ପରକୀୟା ପ୍ରୀତି ଯୋଗୁଁ ଉଭୟଙ୍କୁ ହତ୍ୟା କରାଯାଇଥାଇପାରେ।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି ପୋଲିସ ପଚରାଉଚରା ଆରମ୍ଭ କରିଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଏ ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

Comment