ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଇପିଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏହି ଅଦଳବଦଳରେ ୨୦୦୬ ବ୍ୟାଚ ଆଇପିଏସ୍‌ ସୁଧା ସିଂହଙ୍କୁ ଜଗତସିଂହପୁର ଜିଲ୍ଲା ଏସ୍‌ପି ଭାବେ ନିଯୁକ୍ତି ମିଳିଛି।

ଏହା ପୂର୍ବରୁ ୨୦୦୮ ବ୍ୟାଚର ଆଇପିଏସ୍ ଆର.ପ୍ରକାଶ ଜଗତସିଂହପୁର ଜିଲ୍ଲା ଏସ୍‌ପି ଥିଲେ। ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଛି।

ଶ୍ରୀମତୀ ସୁଧା ସିଂହ ପୂର୍ବରୁ ମଧ୍ୟ ଜଗତସିଂହପୁର ଜିଲ୍ଲା ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରାୟ ଦୁଇ ବର୍ଷ ଧରି ଜିଲ୍ଲା ଏସ୍‌ପି ଭାବେ କାର୍ଯ୍ୟ କରି ୨୦୧୬ ଜୁଲାଇରେ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି ହୋଇଥିଲେ।

Comment