ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀଙ୍କ ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ଗସ୍ତର କାଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବେ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ବୌଦ୍ଧ ଗସ୍ତରେ ଯିବେ। କଣ୍ଟାମାଳରେ ୧୧୬ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। କଣ୍ଟାମାଳ ବ୍ଲକ୍‌ରେ ୪ଟି ହାଇଲେଭ୍‌ଳ ସେତୁ, ୬ଟି ସଡ଼କ ପ୍ରକଳ୍ପ ଏବଂ ୪ଟି ୧୦୦ ସିଟ୍‌ ବିଶିଷ୍ଟ ଛାତ୍ରୀ ନିବାସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଉଦ୍‌ଘାଟନ କରିବାର କାଯ୍ୟକ୍ରମ ରହିଛି।

ଏହାସହ କଣ୍ଟାମାଳରେ ୩୧୦ କୋଟି ୫୯ ଲକ୍ଷ ଟଙ୍କାର ୧୦ ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

ସେହିପରି ମଧ୍ୟାହ୍ନରେ ବୌଦ୍ଧ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ସେଠାରେ ସେ ୭୬ କୋଟି ଟଙ୍କାର ୪୭ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହାସହ ବୌଦ୍ଧରେ ୪୬୭ କୋଟି ଟଙ୍କାର ୨୮ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

ଅପରାହ୍‌ଣରେ ଭଞ୍ଜନଗର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ୨୧ କୋଟି ୨୬ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହାସହ ୨୪ ଯି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

Comment