ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଏଭଳି ବହୁ ପରିବାର ରହିଛି ଯେଉଁଠି କେହି ବି ସେନା କିମ୍ବା ପାରାମିଲିଟାରିରେ ଚାକିରି କରିଛନ୍ତି। ସେନା କିମ୍ବା ପାରାମିଲିଟାରିରେ ଚାକିରି କରିଥିବା କାହାର ପୁଅ ତ କାହାର ଭାଇ, କାହାର ସ୍ୱାମୀ ଆତଙ୍କବାଦୀଙ୍କ ସହିତ ଲଢ଼ୁଥିବାବେଳେ ସେମାନେ ଚିନ୍ତାରେ ରହିଥାନ୍ତି। ଖାଲି ସେତିକି ନୁହେଁ ପୁଲୱାମା ହମଲା ପରେ ଏହି ଚିନ୍ତା ଆହୁରି ବଢ଼ିଯାଇଛି।

ଛତିଶଗଡ଼, ଉତ୍ତର ପୂର୍ବ ରାଜ୍ୟ ଏବଂ ଜମ୍ମୁ-କଶ୍ମୀରରେ ଯବାନ ନିୟୋଜିତ ଥିଲାବେଳେ ଘର ଲୋକେ ଥରୁଟିଏ ବି କଥା ହୋଇପାରିନଥାନ୍ତି। ପୁଅକୁ ନେଇ ଆମେ ଚିନ୍ତାରେ ଅଛୁ ବୋଲି କହିଛନ୍ତି ସିଆରପିଏଫରୁ ଅବସର ନେଇଥିବା ବିହାର ଦେବରାୟ ଅଞ୍ଚଳର ହନୁମାନ ସିଂହ। ସେ କହିଛନ୍ତି, “୨୦୧୨ରେ ସିଆରପିଏଫରେ ପୁଅ ଯୋଗଦେବା ପରେ ଏବେ ସୁକମାରେ ମୁତୟନ ଅଛି। ସୁକମାରେ ଯେଭଳି ସମସ୍ୟା ରହିଛି ପୁଅ ସହିତ ଦିନରେ ଥରୁଟିଏ କଥା ନହେଲେ ରାତିରେ ନିଦ ହେଉନାହିଁ।”

ହନୁମାନ ସିଂହଙ୍କ କହିବା କଥା, ୨୦୧୭ରୁ ପୁଅ ପାଇଁ ବାହାଘର ଖୋଜୁଛୁ। କିନ୍ତୁ ସୁକମାରେ ପୁଅ ନିୟୋଜିତ ଥିବା କଥା ଶୁଣି ଝିଅ ଦେବାକୁ  ଘର ଲୋକ ମନା କରିଦେଉଛନ୍ତି। ସିଆରପିଏଫଙ୍କୁ ପେନସନ ବି ମିଳୁନି, ଯଦି ପୁଅର କିଛି ହେଲା ଝିଅ କେମିତି ଜୀବନ କାଟିବ ବୋଲି ଓଲଟା ପ୍ରଶ୍ନ କରୁଛନ୍ତି।

ହନୁମାନ ନିଜ ଅନୁଭୂତିରେ କହିଛନ୍ତି, “ଆମ ସମୟରେ ବହୁ କଷ୍ଟରେ ନକ୍ସଲମାନେ ସାମ୍ନା କରୁଥିଲେ। କିନ୍ତୁ ଆଜିକାଲି ପ୍ରତିଦିନ ଯବାନ-ମାଓବାଦୀ ଗୁଳିବିନିମୟ ଚାଲୁଛି। ଚାକିରି ଛାଡ଼ି ମୋ ପେସନରେ ଚଳିବାକୁ କହୁଥିଲାବେଳେ ପୁଅ କିନ୍ତୁ ମନାକରୁଛି। ମୁଁ ଭଲରେ ଅଛି ପୋଷ୍ଟିଂ ପୂରଣ ପରେ ସୁକମା ଛାଡ଼ିବି ବୋଲି ପୁଅ କହିଛି।”

Comment