ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲୱାମା ଆକ୍ରମଣ ପରେ ପାକସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଇଥିବା ବୟାନକୁ ନେଇ ବିବାଦ ଜୋର ଧରିଛି। ଇମ୍ରାନଙ୍କ ବୟାନ ନେଇ ଭାରତ ଓ ପାକ୍‌ ଭିତରେ କଥା କଟାକଟି ଚାଲିଛି। ଇମ୍ରାନଙ୍କ ଏଭଳି ବୟାନ ପାଇଁ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

“ଯଦି ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯାଆନ୍ତା, ତେବେ ତୁମକୁ ତିନି ଥର ବିବାହ କରିବା ଆବଶ୍ୟକ ପଡ଼ିନଥାନ୍ତା”, ଇମ୍ରାନଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରି ଏଭଳି ଟୁଇଟ କରିଛନ୍ତି ରାମ ଗୋପାଳ।

ନିକଟରେ ଇ୍ରମାନ ଖାନ ପୁଲୱାମା ଆକ୍ରମଣକୁ ନେଇ ଏକ ପ୍ରେସମିଟ କରିଥିଲେ। ବିନା ଦୋଷରେ ଭାରତ ପାକ୍‌କୁ ଦୋଷ ଦେଉଛି ବୋଲି ସେ କହିଥିଲେ। ଏ ସଂପର୍କରେ ଭାରତ ପାକ୍‌ ସହ ଆଲୋଚନା କରୁ ବୋଲି କହିଥିଲେ। ଏହାର କଡ଼ା ଜବାବ ଦେଇଛନ୍ତି ରାମ ଗୋପାଳ।

ରାମ ଗୋପାଳ ବର୍ମା ହେଲେ ଜଣେ ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ। ସେ ତେଲୁଗୁ ସେ ସିନେମାରେ ବେଶ୍‌ ପରିଚିତ। ଅନେକ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ରାମ ଗୋପାଳ।

 

Comment