ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ସୋରରେ ଲୁଟେରା ଲୁଟର ନୂଆ ତରିକା ଆପଣାଇଛନ୍ତି। ଦୁଇଜଣ ଲୁଟେରା ନିଜକୁ ପୋଲିସ କହି ଲୁଟ କରିଛନ୍ତି।

ସୂଚନାନୁସାରେ ଲୁଟେରା ଦୁଇଜଣ ଜଣେ ମହିଳା ନିଜ କାମରେ ଯାଉଥିବା ବେଳେ ଅଟକାଇ ପଚାରିଥିଲେ କି,”କାହିଁକି ଏତେ ଦାମୀ ଚେନ୍‌ ପିନ୍ଧିଛ? ଚେନ୍‌ କାଢ଼ି ବ୍ୟାଗ୍‌ରେ ରଖନ୍ତୁ।’’

ମହିଳା ଜଣକ ଚେନକୁ ବ୍ୟାଗ୍‌ରେ ରଖୁଥିବା ବେଳେ ସେମାନେ ହଠାତ୍‌ ବ୍ୟାଗ୍‌ ନେଇ ଚମ୍ପଟ ମାରିଛନ୍ତି। ଏହି ଘଟଣାକୁ ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

Comment