ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ମନେ ପକାଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ କାନ୍ଦିପକାଇଛନ୍ତି। ଏହି ପ୍ରସଙ୍ଗରେ ପଚରାଯାଇଥିବା ଏକ ପ୍ରଶ୍ନ ଉତ୍ତରଦେବାକୁ ଯାଇ ଆଦିତ୍ୟନାଥ କହିଛନ୍ତି କି ଯେତେବେଳେ ଦୀପ ଲିଭିଥାଏ ସେତେବେଳେ ଜୋରରେ ଫଡଫଡ ସହ ଜଳିବାକୁ ଚେଷ୍ଟା କରିଥାଏ। ଏହାସହିତ ଆଦିତ୍ୟନାଥ କହିଛନ୍ତି ଭାରତରେ ଆତଙ୍କବାଦ ଏବେ ଶେଷ ହେବାକୁ ଯାଉଛି।

ନିକଟରେ ଯୋଗୀ ଲକ୍ଷନୌରେ ଭାରତ କେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ସହ ଆଲୋଚନା କରୁଥିଲେ। ଯେଉଁଠି ଜଣେ ଛାତ୍ର ଯୋଗୀଙ୍କୁ ପଚାରିଥିଲେ କି ଆତଙ୍କବାଦୀ ଆକ୍ରମଣକୁ ରୋକିବା ଲାଗି ସୁରକ୍ଷାବଳ ଓ ସରକାର କଣ କରୁଛନ୍ତି?

ଯାହାର ଉତ୍ତର ଦେଉଥିବା ସମୟରେ ପୁଲୱାମା ସହିଦଙ୍କୁ ମନେ ପକାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନ୍ଦି ପକାଇଥିଲେ। ତାଙ୍କ ଆଖିଲେ ଲୁହ ଆସିଥିଲା। ସେ କହିଛନ୍ତି କେନ୍ଦ୍ରର ମୋଦି ସରକାର ଏହା ଉପରେ ରୋକ ଲଗାଇବା ଲାଗି ସମ୍ପୁର୍ଣ୍ଣ ପ୍ରତିଶୃତ୍ତି ବଦ୍ଧ ଅଟନ୍ତି।

ଏହାସହିତ ଯୋଗୀ କହିଥିଲେ କି,”ଆପଣ ଯେଉଁ ପ୍ରଶ୍ନ ପଚାରିଛନ୍ତି ତାହା ଆଜି ସାଧାରଣ ଲୋକଙ୍କ ମନରେ ବି ଆସୁଛି। ଆତଙ୍କବାଦ ଏବେ ଭାରତରୁ ସମ୍ପୁର୍ଣ୍ଣ ଶେଷ ହେବାକୁ ଯାଉଛି।”

Comment