ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରିବେ। ଏହି ଗସ୍ତରେ ନବିନ ୨୩୭.୨୫ କୋଟି ଟଙ୍କାର ୩୯ଟି ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ନବୀନଙ୍କ ଗସ୍ତ ପାଇଁ ନୂଆପଡ଼ାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ମୁଖ୍ୟମନ୍ତ୍ରୀ ଆଜି ନୂଆପଡ଼ାରେ ୧୩୨ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭ ଉଦଘାଟନ କରିବେ।

ଖରିଆର ବୋଡେନ ସିନାପାଲି ରାସ୍ତା, ଗଣ୍ଡାବାହାଲି ଫରସରା ବୋଡେନ ରାସ୍ତା, ଏବଂ କୋମନା କାଣ୍ଡେତରା ରାସ୍ତାର ନୂଆଗାଁ ନାଳ ଉପରେ ନିର୍ମିତ ୩ଟି ହାଇଲେଭଲ ସେତୁର ଉଦଘାଟନ କରିବେ।

୧୦୫ କୋଟିରୁ ଅଧିକ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ବୋଡେନ୍‌, ନୂଆପଡ଼ା ଏବଂ କୋମନା ବ୍ଲକର ୬ଟି ସଡ଼କ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

Comment