ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦ ଆକ୍ରମଣ ପରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ। ଏନେଇ ସାରା ଭାରତବର୍ଷ ପ୍ରତିଶୋଧ ପରାୟଣ ହୋଇଥିଲା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନଙ୍କ ମଧ୍ୟରେ ପ୍ରତିଶୋଧର ନିଆଁ ଜଳୁଥିଲା। ଏନେଇ ପୂରା ଭାରତବର୍ଷ ପାକିସ୍ତାନ ପ୍ରତି ଦୃଢ଼ କାଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ମଧ୍ୟ କରୁଥିଲା। ଠିକ୍‌ ଏହାର ୧୧ ଦିନ ପରେ ଭାରତ ପୁଲୱାମା ଆକ୍ରମଣର ବଦଲା ନେଇଛି।

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଜୈଶ-ଏ-ମହମ୍ମଦ ଶିବିରରେ ବୋମା ବର୍ଷଣ କଲା ଭାରତୀୟ ବାୟୁସେନା। ମଙ୍ଗଳବାର ବଡ଼ି ଭୋରରୁ ଭାରତୀୟ ବାୟୁସେନା ୧୨ଟି ୨୦୦୦ ଲଢ଼ୁଆ ମିରାଜ ବିମାନ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଛନ୍ତି। ଏଥିରେ ପାଖାପାଖି ୩୦୦ ଆତଙ୍କବାଦୀ ନିପାତ ହୋଇଥିବାର ସୂଚନା ମିଳିଛି।

ତେବେ ଏ ପ୍ରତିଶୋଧ ପରେ ଯୁବପିଢ଼ିଙ୍କ ମୁହଁରୁ ହିନ୍ଦୀ ଫିଲ୍ମର ଦେଶଭକ୍ତି ଡାଇଲଗ୍‌ ଶୁଣିବାକୁ ମିଳୁଛି। ଯୁବପିଢ଼ତଙ୍କ ଅନୁସାରେ ଫିଲ୍ମର ଡାଇଲଗ୍‌କୁ ଭାରତୀୟ ବାୟୁସେନା ଶତ ପ୍ରମାଣିତ କରିଛି।

ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୧- ଅନ୍ଧେରୀ ରାତୋମେଁ, ସୁନ୍‌ସାନ୍‌ ରାହୋଁ ପର, ହର୍‌ ଜୁଲ୍ମ ମିଟାନେ କୋ, ଏକ୍‌ ମସିହା ନିକଲତା ହୈ… ଜିସେ ଲୋଗ୍‌ ଇଣ୍ଡିଆନ୍‌ ଏୟାରଫୋର୍ସ କେହତେ ହେଁ। ଏହା ହେଉଛି ବଲିଉଡ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସେହେଁଶା ଫିଲ୍ମର ଡାଇଲଗ୍‌। ଯାହା ଏବେ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ ସୃଷ୍ଟି କରୁଛି।

୨- ହମ୍‌ ତୁମ୍‌ହେ ମାରେଙ୍ଗେ ଅର୍‌ ଜରୁର୍‌ ମାରେଙ୍ଗେ, ଲେକିନ୍‌ ୱୋ ବନ୍ଧୁକ୍‌ ହମାରି ହୋଗି, ଗୋଲି ଭି ହମାରି ହୋଗି, ବକ୍ତ ଭି ହମାରା ହୋଗା, ବସ୍‌ ଜମିନ୍‌ ତୁମ୍‌ହାରି ହୋଗି। ରାଜକୁମାରଙ୍କର ଏହି ଫେମସ୍‌ ଡାଇଲଗ୍‌ ସାରା ଭାରତ ବର୍ଷରେ କ୍ରେଜ୍‌ ପାଲଟି ଯାଇଛି।।

Comment