ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ବର୍ଷରେ ଭାଇଚାରାର ନିଦର୍ଶନ ଦେଖାଇ ସମସ୍ତେ ନିଜ ଧର୍ମ ପାଳିବା ସହ ଅନ୍ୟ ଧର୍ମକୁ ସମ୍ମାନ ଦିଅନ୍ତି। ଏମିତି ଆସାମର ଗୋଟିଏ ମୁସଲମାନ ପରିବାର ୫୦୦ ବର୍ଷ ଧରି ଏକ ଶିବ ମନ୍ଦିରର ରକ୍ଷଣା ବେକ୍ଷଣ କରୁଛନ୍ତି। ଗୌହାଟିର ରଙ୍ଗମହଲ ଗାଁରେ ରହୁଥିବା ଏକ ପ­ରିବାର ଶିବ ମନ୍ଦିରର ଦାୟିତ୍ୱ ନେଇ ରକ୍ଷଣା ବେକ୍ଷଣ କରୁଛନ୍ତି। ଏବେ ମଧ୍ୟ ଏହି ପରିବାର ତାଙ୍କ ପରମ୍ପରା ବଜାୟ ରଖିଛନ୍ତି।

ଏହି ଶିବ ମନ୍ଦିରକୁ ଉଭୟ ହିନ୍ଦୁ ଓ ମୁସଲମାନ ଭକ୍ତ ଆସି ପୂଜା କରିଥାନ୍ତି। ସଂପ୍ରୁକ୍ତ ମୁସଲମାନ ପରିବାରର ମୁଖିଆ ମାଟିବର ରେହମାନ କୁହନ୍ତି, ‘‘ମୁଁ ଏହି ଶିବଲିଙ୍ଗଙ୍କୁ ମୋର ଅଜା ବୋଲି ମାନେ। ଏଠାରେ ମୁସଲମାନ ‘ଦୁଆ’ ମାଗନ୍ତି ଓ ହିନ୍ଦୁମାନେ ପୂଜା କରିଥାନ୍ତି। ମନ୍ଦିରର ଖ୍ୟାତି ରହିଥିବାରୁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି। ଏଠାରେ ସମସ୍ତଙ୍କ ମାନସିକ ପୂରଣ ହୋଇଥାଏ।”

ସେହିପରି ଆଲିଗଡ଼ରେ କିଛି ମୁସଲମାନ ଭାଇମାନେ ଗତ ଚାରି ପାଞ୍ଚ ବର୍ଷ ଧରି ଶିବରାତ୍ରୀ ଅବସରରେ ସ୍ୱତନ୍ତ୍ର କ୍ୟାମ୍ପ କରୁଛନ୍ତି। ଏଥିରେ ସେମାନେ ଶିବ ଭକ୍ତମାନଙ୍କୁ ଖାଦ୍ୟ ବାଣ୍ଟିଥାନ୍ତି। ଏହି କ୍ୟାମ୍ପ କରୁଥିବା ମୁସଲମାନ ଭାଇମାନେ କହିଛନ୍ତି ଯେ ତାଙ୍କର ଏଠାରେ ଖୁବ୍ ଭଲ ଭାଇଚାରା ରହିଛି।

Comment