ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ସିଜିଓ କମ୍‌ପ୍ଲେକ୍ସର ଦିନଦୟାଲ ଭବନରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଭବନର ୫ ମହଲାରେ ଲାଗିଛି। ସକାଳ ପ୍ରାୟ ୮ଟା ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି।

ସୂଚନା ପାଇ ୨୪ରୁ ଅଧିକ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି।

ନିଆଁ ପ୍ରଥମେ ୫ମହଲାରେ ଲାଗିଥିଲା। ପରେ ଅନ୍ୟ ମହଲାଗୁଡ଼ିକରେ ବ୍ୟାପୀ ଥିଲା। ଏହି ଘଟଣାରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି କୋଠାରେ ଭାରତ ସରକାରଙ୍କ ଜଳ ଓ ପରିମଳ ମନ୍ତ୍ରାଳୟ, ଜଙ୍ଗଲ ମନ୍ତ୍ରାଳୟ ଓ ଏନ୍‌ଡିଆର୍‌ଏଫ୍‌ର କାର୍ଯ୍ୟାଳୟ ରହିଛି। ଏହା ସହିତ ଏଠାରେ ବାୟୁସେନାର ଏକ ଶାଖା କାର୍ଯ୍ୟାଳୟ ମଧ୍ୟ ରହିଛି।

Comment