ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟର  ଘଟିଛି ଏକ ଅଭାବନୀୟ ଘଟଣା। କ୍ୟାମ୍ପସ୍‌ର ମଧୂସୁଦନ ଛାତ୍ରାବାସରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଫ୍ୟାନ୍‌ରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି।

ପ୍ରାଥମିକ ସୂଚନା ମୂତାବିକ, ମୃତ ଛାତ୍ରଙ୍କ ନାଁ ଦିବସ ବେହେରା ବୋଲି ଜଣାପଡ଼ିଛି। ଦିବସ ଉତ୍କଳ ବିଶ୍ୱବିଦ୍ୟାଳୟର ପବ୍ଲିକ୍‌ ଆଡମିନିଷ୍ଟ୍ରେସନ ବିଭାଗର ଛାତ୍ର।

ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

Comment