ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଡିଏ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନନ୍ତ ଲଗାତର ଦୁଇ ଥର ଭୁବନେଶ୍ୱର ମହାନଗର ନିଗମର ମେୟର ରହିଛନ୍ତି। ଅନନ୍ତଙ୍କ କାର୍ଯ୍ୟକାଳ ସମୟରେ ହିଁ ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇଛି।

ଅନନ୍ତ ୨୦୧୯ ନିର୍ବାଚନରେ ବିଧାୟକ ଟିକେଟ ପାଇଁ ଦାବିଦାର ଥିଲେ। ସେ ଭୁବନେଶ୍ୱର ମଧ୍ୟ କିମ୍ବା ଏକାମ୍ର ଭୁବନେଶ୍ୱରରୁ ପ୍ରାର୍ଥୀ ହେବା ପାଇଁ ଟିକେଟ ଲବି କରୁଥିଲେ। କିନ୍ତୁ ତା’ ପୂର୍ବରୁ ତାଙ୍କୁ ବିଡିଏ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comment