ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଲ୍‌ଓସି ଅଞ୍ଚଳରେ ପାକିସ୍ତାନ ପଟରୁ ଲଗାତାର ଗୁଳିଚାଳନା କରାଯାଉଛି। ରାଜୌରିର ନୌସେରା ଏବଂ ସୁନ୍ଦରବନୀ ସେକ୍ଟରରେ ପରିସ୍ଥିତି ସବୁଠୁ ବେଶୀ ଖରାପ ହୋଇପଡ଼ିଛି। ଭାରତୀୟ ସେନା ବି ପାକିସ୍ତାନ ସେନାକୁ ମୁହଁତୋଡ଼ ଜବାବ ଦେଉଛି। ଏଲ୍‌ଓସିରେ ୭ ଦିନ ମଧ୍ୟରେ ୬୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ।

ସେନା ପକ୍ଷରୁ କୁହାଯାଇଛି ଯେ ସେମାନେ ପାକିସ୍ତାନୀ ସେନାଙ୍କୁ ଚେତାବନୀ ଦେଇଛନ୍ତି କି ସେମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ ନକରନ୍ତୁ। ପାକିସ୍ତାନର ଅନବରତ ଗୁଳିଚାଳନାକୁ ସେମାନେ ମୁହଁତୋଡ଼ ଜବାବ ଦେଇଛନ୍ତି। ଭାରତୀୟ ସେନା କେବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରନ୍ତି ନାହିଁ। ଭାତୀୟ ସେନା ସାଧାରଣ ନାଗରିକଙ୍କୁ କ୍ଷତି ନ ପହଞ୍ଚେଇବାକୁ ସବୁବେଳେ ଚେଷ୍ଟା କରିଛନ୍ତି। ସେମାନେ ଆତଙ୍କବାଦ ଏବଂ ଆତଙ୍କବାଦୀ ନେଟର୍ୱକକୁ ମୂଳପୋଛ କରିବା ପାଇଁ ସବୁବେଳେ ଚେଷ୍ଟିତ।

ରିପୋର୍ଟ ଅନୁସାରେ ପାକିସ୍ତାନ ସେନାଙ୍କୁ ଅଫାଗାନିସ୍ତାନର ସୀମାରୁ ଏଲଓସିକୁ ସିପ୍ଟ କରି ଦିଆଯାଇଛି।

ସୀମାନ୍ତରେ ପାକିସ୍ତାନ ଲଗାତାର ସିଜ୍‌ ଫାୟାରର ଉଲ୍ଲଙ୍ଘନ କରିଛି। ପାକିସ୍ତାନ ୧୫୫ ଏମ୍‌ଏମ୍‌ ତୋପରୁ ଗୁଳି ଚାଳନା କରିଛି। ଏହାକୁ କଡ଼ା ଟକ୍କର ଦେଇଛି ଭାରତ। ଭାରତ ଏନେଇ ପାକ୍‌କୁ ଚେତାବନୀ ଦେଇଛନ୍ତି କି ଏହି ଦୁଃସାହସିକତାର ପରିଣାମ ଖରାପ ହେବ।

Comment