ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ  ବିପକ୍ଷରେ ଟିମ୍ ଇଣ୍ଡିଆ ଖେଳିଥିବା ତୃତିୟ ଦିନିକିଆରେ ଭାରତକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ଏହି ପରାଜୟ ପରେ ଅଧିନାୟକ ବିରାଟ କୋହଲି ବୋଲିଂ ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଏପରିକି ବିରାଟ କୋହଲି ଏ ନେଇ ଦଳର ବାକି ଖେଳାଳିଙ୍କୁ  କହିଛନ୍ତି ଯେ ଆଗାମୀ ମ୍ୟାଚ୍‌ରେ କିଛି ପରିବର୍ତ୍ତନ କରାଯିବ।

ଶୁକ୍ରବାରର ମ୍ୟାଚ୍‌ ପରେ କୋହଲି କହିଛନ୍ତି ଇଂଲଣ୍ଡରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ପୂର୍ବରୁ ଖେଳାଳିଙ୍କୁ ଫର୍ମକୁ ଫେରିବାକୁ ପଡ଼ିବ। ଏଥିରୁ ଲାଗୁଛି ବିରାଟ ଶୁକ୍ରବାରର ପରାଜୟକୁ ଗୁରୁତ୍ୱର ସହ ନେଇଛନ୍ତି।

କୋହଲି କହିଛନ୍ତି ଖେଳାଳି ମାନେ ମ୍ୟାଚ୍‌ ଜିତିଲା ଭଳି ପଦର୍ଶନ କରିବା ଦରକାର। ଇଂଲଣ୍ଡ ଯିବା ପୂର୍ବରୁ ଖେଳାଳି ମାନେ ନିଜ ବେଷ୍ଟ ଫର୍ମକୁ ଫେରିବା ଦରକାର। ଏମିତି ନହେଲେ ଯେଉଁମାନେ ବାହାରେ ବସିଛନ୍ତି ସେମାନେ ଏହି ମୌକାର ଫାଇଦା ନେବାଲଗି ଚେଷ୍ଟା କରିବେ।

Comment