ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ଉତ୍ତେଜନା ଲାଗିରହିଛି। ଏହାରି ଭିତରେ ଜଣେ ପାକିସ୍ତାନୀ ଯୁବତୀଙ୍କୁ ବିବାହ କରିଛନ୍ତି ହରିୟାଣାର ଜଣେ ଯୁବକ।

ପାକିସ୍ତାନ ପଞ୍ଜାବ ପ୍ରାନ୍ତର ସରଜିତ ନାମକ ମହିଳା ହରିୟାଣାର ଅମ୍ବଲା ଜିଲ୍ଲାର ପରବିନ୍ଦରଙ୍କୁ ବିବାହ କରିଛନ୍ତି। ଉଭୟ ଶିଖ ପରମ୍ପରାରେ ପଟିୟାଲା ଗୁରୁଦ୍ୱାରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଗୁରୁଦ୍ୱାର ପ୍ରଶାସନ ତରଫରୁ ଦମ୍ପତିଙ୍କୁ ବିବାହ ପ୍ରମାଣପତ୍ର ଦିଆଯାଇଛି। ବିବାହକୁ ନେଇ ଖୁବ ଖୁସିଥିବା ସରଜିତ କହିଛନ୍ତି।

ସରଜିତ ପାକିସ୍ତାନର ସିଆଲକୋଟ ଜିଲ୍ଲାର ଏକ ହିନ୍ଦୁ ପରିବାର ସଦସ୍ୟ। ତାଙ୍କର ବାପା ମା’ ବିବାହ ପାଇଁ ହରିୟାଣା ଆସିଥିବା କହିଛନ୍ତି ସରଜିତ।

Comment