ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଏପ୍ରିଲ ୧୧ରୁ ୨୯ ଯାଏଁ ୨୧ଟି ଲୋକସଭା ଆସନ ପାଇଁ ହେବ ଭୋଟ।

ସାରା ଦେଶରେ ଆଜିଠୁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ଲୋକସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ୭ଟି ପର୍ଯ୍ୟାୟରେ ଭୋଟ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏନେଇ ତାରିଖ ଘୋଷଣା ହୋଇଛି। ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି ହେବ।

ଓଡ଼ିଶାର ୨୧ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୧ରୁ ୨୯ ତାରିଖ ମଧ୍ୟରେ ଭୋଟ ଗ୍ରହଣ କରାଯିବ।

ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ, ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ପାଇଁ, ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ, ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ଭୋଟ ହେବ।

ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୧ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୮ରେ, ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଭୋଟ, ଏପ୍ରିଲ୨୯ରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେବ।

Comment