ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟରେ ୪୭ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ୧୧୨ ଜଣଙ୍କ ମଧ୍ୟରୁ ୪୭ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏଥିପାଇଁ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ଅଭିନେତା ତଥା ଡାନ୍ସର ପ୍ରଭୁ ଦେବା, ଦିବଙ୍ଗତ ପତ୍ରକାର କୁଲଦୀପ ନାୟାର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିବଙ୍ଗତ ପତ୍ରକାର କୁଲଦୀପ ନାୟାରଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ତାଙ୍କ ପତ୍ନୀ ଭାରତୀ ନାୟାର ଏହି ପୁରସ୍କାର ଗ୍ରହଣ କରିଛନ୍ତି।

୨୦୧୯ ବର୍ଷ ପାଇଁ ୪ ପଦ୍ମ ବିଭୂଷଣ, ୧୪ ପଦ୍ମ ଭୂଷଣ ଏବଂ ୯୪ ପଦ୍ମଶ୍ରୀ ସହ ୧୧୨ ପଦ୍ମ ପୁରସ୍କାର ଘୋଷଣା କରାଯାଇଥିଲା। ଏହି ଏଥିରେ ଜଣେ ଟ୍ରାନ୍ସଜେଣ୍ଡର, ୩ ଦିବଙ୍ଗତ ବି ସାମିଲ ଅଛନ୍ତି। ଏଥିରେ ଅଭିନେତା କାଦର ଖାନ୍‌ ବି ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ତିନି ଓଡ଼ିଆ। ବାକି ସଦସ୍ୟଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟପତି।

୪୦ ବର୍ଷରୁ ଅଧିକ ଓ ୩୫୦ରୁ ଅଧିକ ଫିଲ୍ମରେ କାର୍ଯ୍ୟ କରିଥିବା ଆକ୍ଟର ମୋହନଲାଲ ସିନେମା ଜଗତରେ ଯୋଗଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଗଲା। ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରୁ ମନୋଜ ବାଜପେୟୀ, ପ୍ରଭୁଦେବା, ଶଙ୍କର ମହାଦେବନ୍‌, ନିବଙ୍ଗତ ଆକ୍ଟର କାଦର ଖାନ୍‌ଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି।

Comment