ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅନ୍ତର୍ଗତ ଜୟଚନ୍ଦ୍ରପୁର ଓ ସାନଗାଁର ଏକର ଏକର ଜମିରୁ ବେଆଇନ ମାଟି ଉଠାଣକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଛି। ମାଟି ମାଫିଆମାନେ ଏହି ଗାଁ ଓ ଆଖପାଖ ଗାଁ ମାନଙ୍କରୁ ବେଆଇନ ଭାବରେ ମାଟି ତାଡିନେଇ ହରିଦାସପୁର ପାରାଦୀପ ରେଳପଥ କାମ ନେଇଥିବା ଠିକାଦାରଙ୍କୁ ବିକ୍ରୟ କରୁଥିଲେ।

ଗାଁ ଲୋକେ ଜିଲ୍ଲା ପ୍ରଶାସନ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଲେବି ପ୍ରଶାସନ ଚୁପ ରହୁଥିଲା।  ଶେଷରେ ପ୍ରଶାସନ ଉପରୁ ଭରସା ତୁଟାଇ ସାନଗାଁର ମହିଳାମାନେ ଆଇନକୁ ହାତକୁ ନେଇଛନ୍ତି। ସାନଗାଁର କ୍ରିକେଟ ପଡିଆକୁ ଖୋଳୁଥିବା ବେଳେ ମହିଳାମାନେ ଏକାଠି ହୋଇ ଏହାର ପ୍ରତିବାଦ କରିଥିଲେ। ଗୋଟିଏ ଜେସିବି ଓ ୩ଟି ହାଇଓ୍ଵାକୁ ନିଜ କବଜାକୁ ନେଇଯାଇଥିଲେ।

ଗାଁ ଭିତରେ ଗାଡ଼ିଗୁଡିକୁ ପୂରାଇ ଦେଇଥିଲେ। ମହାକାଳପଡ଼ା ତହସିଲଦାରଙ୍କ ପକ୍ଷରୁ କୌଣସି ଅଭିଯୋଗ ନଥିବାରୁ ପୋଲିସ କିଛି କରିପାରିବ ନାହିଁ ବୋଲି ମାର୍ଶାଘାଇ ଥାନା ଆଇଆଇସି କହିଛନ୍ତି।

Comment