ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇ ଫୁଟଓଭର ବ୍ରିଜ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି।

ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ ନିକଟ ଫୁଟ୍‌ଓଭର ବ୍ରିଜ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ପାଖାପାଖି ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସେଣ୍ଟ ଜର୍ଜ ହସ୍ପିଟାଲ ଜିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡଣବୀସ ଶୁକ୍ରବାର ସକାଳେ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି।

ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ଫଣ୍ଡଣବୀସ।

ମୁମ୍ବାଇ ପୋଲିସ ଆଜାଦ ମଇଦାନ ପୋଲିସ ଥାନାରେ କେନ୍ଦ୍ରୀୟ ରେଳବାଇ ଏବଂ ବୃହତ ମୁନିସିପାଲ କର୍ପୋରେଶନ ବିରୋଧରେ ଏକ ମାମଲା ରୁଜୁ କରିଛି ।

ଦୁର୍ଘଟଣା ଗୁରୁବାର ସନ୍ଧ୍ୟା ୭ଟା ୩୦ରେ ଘଟିଥିଲା। ଫଳରେ ବ୍ରିଜ ତଳେ ୫ ଜଣ ଲୋକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।  ରେଳବାଇ ପୋଲିସ, ପ୍ରଶାସନ ଏବଂ ଏନଡିଆରଏଫର ଉଦ୍ଧାରକାରୀ ଟିମ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ତାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି।

Comment