ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦିବ୍ୟାଙ୍ଗ ଭୋଟରମାନଙ୍କ ସଚେତନତା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ଏକ ଭିନ୍ନ ପ୍ରୟାସ। ମୟୂରଭଞ୍ଜ ଜିଲ୍ଲାର ‘ଜାଗ ମୟୂରଭଞ୍ଜ ଜାଗ’ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଦିବ୍ୟାଙ୍ଗ ଭୋଟର୍‌ମାନଙ୍କ ମଧ୍ୟରେ ସଚେତନତା ପାଇଁ ଆରମ୍ଭ କରିଛି ଅଭିଯାନ।

ଜିଲ୍ଲାର  କପ୍ତିପଦା ବ୍ଲକ ଅଞ୍ଚଳରେ ଏହି ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀମାନେ ଦିବ୍ୟାଙ୍ଗମାନଙ୍କୁ ଭୋଟ୍‌ ଦେବା ପାଇଁ ସଚେତନତା ସୃଷ୍ଟି କରିଛନ୍ତି। ତେବେ ସଙ୍ଗଠନର ଏଭଳି ଉଦ୍ୟମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ ସମଗ୍ର ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଆୟୋଜିତ କରାଯାଇ ସଚେତନତା ସୃଷ୍ଟି କରାଯିବ ବୋଲି ‘ଜାଗ ମୟୂରଭଞ୍ଜ ଜାଗ’ର ଅଧ୍ୟକ୍ଷା ସୋନାଲି ପ୍ରିୟଦର୍ଶିନୀ ବେହେରା କହିଛନ୍ତି। ଏହି କାର୍ଯ୍ୟକ୍ରମରେ କପ୍ତିପଦା ବ୍ଲକ ଅଞ୍ଚଳରେ ଥିବା ବହୁ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଅଂଶ ଗ୍ରହଣ କରିଥିଲେ।

Comment