ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ବଡଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୪ ଯବାନ ଆହତ ହୋଇଛନ୍ତି।

ଏହା ସହିତ ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରି ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଛି।

ନିହତ ହୋଇଥିବା ଆତଙ୍କବାଦୀ ଜୈସ-ଏ-ମହମ୍ମଦର ଆତଙ୍କବାଦୀ ବୋଲି ସୂଚନା ମିଳିଛି। ଆତଙ୍କବାଦୀଙ୍କ ନିକଟରୁ ୨ଟି ବନ୍ଧୁକ ଜବତ କରାଯାଇଛି। ଗୁଳିବିନିମୟ ଉକ୍ତ ଅଞ୍ଚଳରେ ବନ୍ଦ ହୋଇଥିଲେ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି।

ବଡଗାମ ଜିଲ୍ଲାରେ ୨ରୁ୩ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଯାଞ୍ଚ ଆରମ୍ଭ କରିଥିଲେ ଏହି ସମୟରେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

Comment