ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ଶୁକୃଳି ବ୍ଲକ ବାରିହା ଟୁମ୍ବାସାହି ଗ୍ରାମରେ ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ ନେଇ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁଘଟିଛି।

ବାରିହା ଟୁମ୍ବାସାହି ଗାଁରେ ବିଦ୍ୟାଧର ପୂର୍ତ୍ତି ଏବଂ ତୁଳସୀ ପୂର୍ତ୍ତିଙ୍କ ଭିତରେ କୌଣସି କାରଣକୁ ନେଇ ବଚସା ଲାଗିଥିଲା। ଏଥିରେ ସ୍ୱାମୀ ବିଦ୍ୟାଧର ଉତ୍‌କ୍ଷୀପ୍ତ ହୋଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଦେଇଥିଲେ।

ଘଟଣାସ୍ଥଳରେ ତୁଳସୀଙ୍କର ମୃତ୍ୟୁ ଘଟିଥିଲା। ରରୁଆ ପୋଲିସ୍‌ ବିଦ୍ୟାଧରଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି।

Comment