ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆମେଠୀ ଲୋକସଭା ଆସନ ଲାଗି ରାହୁଲ ଗାନ୍ଧି ବୁଧବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏପ୍ରିଲ ୧୧ ଅର୍ଥାତ ଗୁରୁବାର ଏହି ଆସନ ଲାଗି ବିଜେପି ପ୍ରାର୍ଥୀ ସ୍ମୃତି ଇରାନି ପ୍ରାର୍ଥିପତ୍ର ଭରିବେ।

ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସମେତ ଅନ୍ୟ କେତେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ପ୍ରାଥିପତ୍ର ଦାଖଲ କରିବା ପୂର୍ବରୁ ସ୍ମୃତି ଏକ ବିଶାଳ ରୋଡ ସୋ କରିବେ। ରୋଡ ସୋ ସମୟରେ ବିଭିନ୍ନ ସ୍ଥାନରେ ତାଙ୍କର ସ୍ଵାଗତ ପାଇଁ ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ ପାଇଁ ଏପ୍ରିଲ ୧୭ ତାରିଖ ନିର୍ଦ୍ଧାରିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ତାରିଖ ପରିବର୍ତ୍ତନ କରାଯାଇ ଏପ୍ରିଲ ୧୧କୁ ସ୍ଥିର ହୋଇଥିଲା।

ଆମେଠୀରେ ପଞ୍ଚମ ପର୍ଯ୍ୟାୟରେ ଅର୍ଥାତ୍‌ ମେ ୬ରେ ମତଦାନ ହେବ। ସ୍ମୃତିଙ୍କ ବିପକ୍ଷରେ ଏହି ଆସନରେ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ୁଛନ୍ତି।

Comment