ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧି ଗୁରୁବାର ରାୟବରେଲୀ ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ। ସୋନିଆ ଗାନ୍ଧି କଂଗ୍ରେସ କାର୍ଯ୍ୟାଳୟରେ ପୂଜା ଅର୍ଚ୍ଚନା କରି ପ୍ରାର୍ଥିପତ୍ର ଦାଖଲ କରିବାକୁ ବାହାରିବେ। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସୋନିଆ ଏକ ମେଗା ରୋଡ ସୋ କରିବେ।

ଏହି ରୋଡ ସୋ’ରେ ପୁଅ ରାହୁଲ ଗାନ୍ଧି, ଝିଅ ପ୍ରିୟଙ୍କା ଗାନ୍ଧି ମଧ୍ୟ ସାଙ୍ଗରେ ରହିବେ। ରାୟବରେଲୀରେ ସୋନିଆଙ୍କ ବିପକ୍ଷରେ  ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହ ନିର୍ବାଚନ ଲଢ଼ିବେ। ଏଠାରେ  ପଞ୍ଚମ ପର୍ଯ୍ୟାୟରେ ଅର୍ଥାତ୍‌ ମେ ୬ରେ ମତଦାନ ହେବ।

ସେହିପରି ଆମେଥି ପାଇଁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ମଧ୍ୟ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ସ୍ମୃତିଙ୍କ ରୋଡ ସୋ’ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ତାଙ୍କ ସାଙ୍ଗରେ ରହିବେ।

ଆମେଥୀରେ ସ୍ମୃତି ବିପକ୍ଷରେ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ୁଛନ୍ତି। ରାହୁଲ ଏପ୍ରିଲ ୧୦ରେ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି। ଏଠାରେ ମଧ୍ୟ ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବ।

Comment