ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷୀୟାନ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତି ଆଉ ନାହାନ୍ତି। ରବିବାର ଅପରାହ୍‌ଣ ୪.୨୫ଟାରେ କଟକ ବାଦାମବାଡିସ୍ଥିତ ନିଜ ବାସଭବନରେ ରାଖାଲ ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା।

ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇରେ ରାଖାଲ ମହାନ୍ତି ଜନ୍ମ ଗ୍ରହଣ କରିଥିଲେ। କଟକ ଆକାଶବାଣୀ କେନ୍ଦ୍ରରୁ ରାଖାଲ ମହାନ୍ତି ସଙ୍ଗୀତ ଜୀବନ ଆରମ୍ଭ ହୋଇଥିଲା। ଏହା ପରେ ବହୁ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

‘ଘର ସଂସାର’, ଅମର ପ୍ରେମ’, ‘ତ୍ରିନାଥ ମେଳା’ ଓ ‘ଅକ୍ଷୟ ତୃତୀୟା’ ଭଳି ସୁପରହିଟ୍‌ ଚଳଚିତ୍ରରେ ରାଖାଲ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ରାଜ୍ୟ ସରକାର ୨୦୧୭ ମସିହାରେ ରାଖାଲ ମହାନ୍ତିଙ୍କୁ ସଙ୍ଗୀତ ଜଗତର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ରେ ସମ୍ମାନୀତ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ରହିଯିବ ବୋଲି ବୁଦ୍ଧିଜିବୀମାନେ ମତ ଦେଇଛନ୍ତି।

Comment