ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ବିଜେପି ଶାସନକୁ ଆସିଲେ ମାଛଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ହେବ: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ନିର୍ବାଚନୀ ପ୍ରଚାର ପାଇଁ ଚତୁର୍ଥ ଥର ଓଡ଼ିଶା ଗସ୍ତ କରିଛନ୍ତି। ମୋଦି ସମ୍ବଲପୁର ସଭାରେ ଯୋଗ ଦେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତିା ପୁଣି ଥରେ ଆମ ସରକାର ଆସିଲେ ମାଛଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଓ ଯୋଜନା କରାଯିବ  କହିଛନ୍ତି ମୋଦିା ମତ୍ସ୍ୟ ସଂପଦ ଯୋଜନାରେ ୧୦ହଜାର କୋଟି ଖର୍ଚ୍ଚ ହେବ।

ବରଗଡ଼ ସଭାରେ ପୁଣି କେନ୍ଦ୍ର ଉପରେ ବର୍ଷିଲେ ନବୀନ

ଦ୍ଵିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ଆଜି ପ୍ରଚାର ସରୁଛି। ଶେଷଦିନରେ ବିଜେଡି ସଭାପତି ବରଗଡ଼ରେ ମାରାଥନ ପ୍ରଚାର କରୁଛନ୍ତି। ବରଗଡ଼ ସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ଖୁବ୍ ବର୍ଷିଛନ୍ତିା

ଇସିଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି

ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଓ ଦିନକ ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ଏହାରି ଭିତରେ ଦେଶର ୫୦ରୁ ଅଧିକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିର୍ବାଚନ ଆୟୋଗଙ୍କ ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି।

ଆଉ ଦିନିକ ପରେ ଦ୍ଵିତୀୟ ପ୍ରର୍ଯ୍ୟାୟ ନିର୍ବାଚନ, ଆଜି ସରୁଛି ପ୍ରଚାର

ଆଉ ଦିନକ ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ୫ଲୋକସଭା ଆସନ ସହ ୩୫ବିଧାନସଭା ଆସନ ଲାଗି ଏପ୍ରିଲ ୧୮ରେ ଭୋଟଗ୍ରହଣ ହେବ। ହାତରେ ଆଉ ଅଳ୍ପ ସମୟ ବାକିଥିବାରୁ ତିନି ପ୍ରମୁଖ ଦଳ (ବିଜେପି, ବିଜେଡି,କଂଗ୍ରେସ)ସେମାନଙ୍କର ପ୍ରଚାରକୁ ଜୋରସୋର କରିଛନ୍ତି। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟରଙ୍କୁ ହାତେଇବା ଲାଗି ଆଜି ପ୍ରାର୍ଥୀଙ୍କ ହାତରେ ଶେଷ ସୁଯୋଗ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଟ୍ରାଫିକ୍ ନିୟମରେ ପରିବର୍ତ୍ତନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତ କରୁଛନ୍ତି। ମୋଦିଙ୍କ ଗସ୍ତଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୬୦ ପ୍ଲାଟୁନ ପୋଲସ ଫୋର୍ସ ସହିତ ୧୩୦ ପୋଲିସ ଅଫିସର ନିୟୋଜିତ ହେବେ। ପ୍ରଧାନମନ୍ତ୍ରୀଙ୍କ ଲାଗି ବ୍ଲୁ ହୁକ୍ ସୁରକ୍ଷା ବ୍ୟବସ୍ଥା ରହିବ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ହଟ୍ ସିଟ୍ ହିଞ୍ଜିଳି – ନବୀନଙ୍କ ବିଜୟ ସୁନିଶ୍ଚିତ

Comment