ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ବୁଥରେ ପହଞ୍ଚୁଛନ୍ତି

ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ରାଜ୍ୟରେ ୫ ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ଓ ତା’ ଅଧୀନରେ ଥବା ୩୫ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।

ପଶ୍ଚିମ ଓଡ଼ିଶାର ପାଞ୍ଚ ଆସନ ଉପରେ ସମସ୍ତଙ୍କ ନଜର

ଆସନ୍ତା କାଲି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ଟି ଆସନ ଉପରେ ସମସ୍ତଙ୍କର ନଜର ଅଟକିଛି। ଏଗୁଡ଼ିକ ହେଲା ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼ ଓ ବିରମିତ୍ରପୁର। ୨୦୧୪ ନିର୍ବାଚନରେ ଏହି ୫ ଆସନ ଭିତରୁ କଂଗ୍ରେସକୁ ୪ ଆସନ ମିଳିଥିବା ବେଳେ ସମତା କ୍ରାନ୍ତି ଦଳର ଜର୍ଜ ତିର୍କୀ ବିରମିତ୍ରପୁର ଆସନରେ ବିଜୟୀ ହୋଇଥିଲେ। ଏହି ୫ ନିର୍ବାଚନ ମଣ୍ଡଳୀ ଭିତରୁ ବ୍ରଜରାଜନଗର ଓ ଝାରସୁଗୁଡ଼ା ସାଧାରଣ ବର୍ଗଙ୍କ ଆସନ। ସୁନ୍ଦରଗଡ଼, ତଳସରା ଓ ବିରମିତ୍ରପୁର ଏସଟିଙ୍କ ପାଇଁ ସଂରକ୍ଷିତ।

ରାମଦେବଙ୍କ ୟୁ-ଟର୍ଣ୍ଣ!

ମଙ୍ଗଳବାର ଯୋଗଗୁରୁ ବାବା ରାମଦେବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ଅଟେ। ଜୟପୁର ଆସନ ଲାଗି ବିଜେପି ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ରହି ଏଭଳି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।

ବିଜେପି ସରକାରକୁ ଆସିଲେ ମଙ୍ଗୁଳି ଜେନାଙ୍କୁ ନ୍ୟାୟ ମିଳିବ – ମୋଦି

ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ବିଶାଳ ବିଜୟ ସଂକଳ୍ପ ସମାବେଶରେ ଖୋର୍ଦ୍ଧା ଜିଲ୍ଲା ୯ ନମ୍ବର ଜୋନର  ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଘଟଣାକୁ ସେ ନିନ୍ଦା କରିବା ସହ ମଙ୍ଗୁଳିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ଆଜିଠୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କରିବେ ନବୀନ

ପ୍ରଥମ ୨ଟି ପର୍ଯ୍ୟ୍ୟାୟ ନିର୍ବାଚନ ଲାଗି ପ୍ରଚାର ପରେ ଏବେ ଫୋକସ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ। ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କରିବେ।ସକାଳ ୧୦.୧୫ରେ ମୟୁରଭଞ୍ଜରେ ପହଞ୍ଚି ଠାକୁରମୁଣ୍ଡାରେ ହେବାକୁ ଥିବା ଏକ ସଭାରେ ଯୋଗ ଦେଇ ଉଦବୋଧନ ଦେବେ ନବୀନ। ସେଠାରୁ ହେଲିକେପ୍ଟର ସାହାର୍ଯ୍ୟରେ କେନ୍ଦୁଝର ଅଭିମୁଖେ ଆସିବେ ନବୀନ। ସେଠାରେ ମଧ୍ୟ ମାରାଥନ ପ୍ରଚାର କରିବେ ନବୀନ। ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ।

ଆଜି କଟକରେ ହେଭିୱେଟଙ୍କ ପ୍ରଚାର

ସରିଛି ଦ୍ଵିତୀୟ ପର୍ଯ୍ୟାୟ ଲାଗି ପ୍ରଚାର। ଆଜିଠୁ ସବୁଦଳ ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଆରମ୍ଭ କରିବେ। ଏହି କ୍ରମରେ ଆଜି କଟକ ସହରରେ ହେଭିୱେଟ ପ୍ରଚାର ଦେଖିବାକୁ ମିଳିବ। ବିଜେପି ପ୍ରାର୍ଥୀଙ୍କ ଲାଗି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କଟକରେ ରୋଡ ସୋ କରିବେ। ସଂଧ୍ୟାରେ ଅମିତ ଶାହ କଟକରେ ଏହି ରୋଡ ସୋ କରିବେ। କଟକ ବକ୍ସିବଜାରରୁ ଏହି ରୋଡ ସୋ ବାହାରିବ। ପରେ ବାଲିବଜାର, ଶେଖବଜାର ଆଦି ଅଞ୍ଚଳକୁ ରୋଡ ସୋରେ ଯିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ।

ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ମତଦାନ

ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଦେବ। ୫ ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ୫ ଲୋକସଭା ଆସନ ଲାଗି  ୩୫ ପ୍ରାର୍ଥୀ ୩୫ ବିଧାନସଭା ଆସନଲାଗି ୨୪୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରୁଛନ୍ତି ସରକାର। ପୁଲିଂ ପାର୍ଟି ଧିରେ ଧିରେ ବୁଥରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଯେଉଁ ବୁଥ ଗୁଡ଼ିକ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଅଛି ସେଠାକୁ କଡ଼ା ସୁରକ୍ଷା ମଧ୍ୟରେ ପୁଲିଂ ପାର୍ଟିଗୁଡ଼ିକୁ ପଠାଯାଉଛି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଓଡ଼ିଶାରେ ବିଜେପି ହେବ ମୁଖ୍ୟ ବିରୋଧୀ ଦଳ?

ଆସନ୍ତାକାଲି ୭୬ଲକ୍ଷ ୯୩ହଜାରରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିବେ

ହଟ୍ ସିଟ୍ ହିଞ୍ଜିଳି – ନବୀନଙ୍କ ବିଜୟ ସୁନିଶ୍ଚିତ

ଏପ୍ରିଲ ୧୮ରେ ଭୋଟ – ହିଞ୍ଜିଳି ଉପରେ ସଭିଙ୍କ ଆଖି

Comment