ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରିୟ ପ୍ରକାଶଙ୍କୁ ସୋସିଆଲ ମିଡିଆ ହିଁ ଲୋକପ୍ରିୟ କରିଥିଲା ଆଉ ଏବେ ସେହି ସୋସିଆଲ ମିଡିଆ ତାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ଦେଇଚାଲିଛି।

ନିକଟରେ ପ୍ରିୟା ପ୍ରକାଶଙ୍କ ସମର ଲୁକର ଫଟୋ ଭଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଅନେକ ଥର ଶେୟାର, ଲାଇକ କରାଯାଉଛି। ପ୍ରିୟା ପ୍ରକାଶ ନିଜ ଇନଷ୍ଟାଗ୍ରାମ ପେଜରେ ଏହି ଫଟୋକୁ ଶେୟାର କରିଛନ୍ତି।

 

View this post on Instagram

 

?pc: @albert_will.i.am

A post shared by priya prakash varrier (@priya.p.varrier) on

ଏହି ଫଟୋରେ ପ୍ରିୟା ଏକ ଝୁଲଣାରେ ବସିଥିବା ନଜରଆସିଛନ୍ତି, ଯେଉଁଥିରେ ସେ ଭାରି ପ୍ରିଟି ଲାଗୁଛନ୍ତି। ଏ ପର୍ଯ୍ୟନ୍ତ ଏହି ଫଟୋକୁ ୪ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଏହି ଫଟୋରେ ପ୍ରିୟାଙ୍କ ଫ୍ୟାନ ମାନେ ଭିନ୍ନ ଭିନ୍ନ କମେଣ୍ଟ ରଖୁଛନ୍ତି ପ୍ରାୟ ସମସ୍ତେ ପ୍ରିୟାଙ୍କୁ ସୁପରହିଟ୍ କହୁଥିବା ଦେଖିବାକୁ ମିଳିଛି।

ପ୍ରିୟ ତାଙ୍କ ଡେବ୍ୟୁ ମାଲାୟଲମ ଫିଲ୍ମ ‘ଓସ ଅଦାର ଲଭ୍’ର ଗୋଟିଏ ଗୀତରୁ ଲୋକପ୍ରିୟ ହୋଇଥିଲେ। ଏହି ଗୀତରେ ସେ ତାଙ୍କ କୋଷ୍ଟାରଙ୍କୁ ଆଖି ମାରୁଥିବା ନଜର ଆସିଥିଲେ ଯାହା ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହୋଇଥିଲା। ଫିଲ୍ମ ୨୦୧୮ରେ ସିନେମା ହଲକୁ ଆସିଥିଲା।

Comment