ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ମୋ ଭୋଟ ମୋ ଅଧିକାର

ଗଣତନ୍ତ୍ରର ମହାକୁମ୍ଭରେ ସାମିଲ ହୁଅନ୍ତୁ। ଭୋଟ ଦିଅନ୍ତୁ ଓ ନିଜ ଅଧିକାର ନିଜେ ବାଛନ୍ତୁ। ଭୋଟ ଦେବାରୁ ଜମାରୁ ବଞ୍ଚିତ ହୁଅନ୍ତୁ ନାହିଁ। କାରଣ ଆପଣଙ୍କର ଗୋଟିଏ ଭୋଟ ଆପଣଙ୍କ ଅଞ୍ଚଳ, ଜିଲ୍ଲା,ରାଜ୍ୟ ଏମିତିକି ଦେଶ ଗଠନରେ ସାହାଯ୍ୟ କରିପାରେ। ତେଣୁ ଓଡ଼ିଶାଲାଇଭ୍‌ ପରିବାର ତରଫରୁ ଆପଣଙ୍କୁ ଏହା ଅପିଲ ରହିବ କି ସମସ୍ତେ ଗଣତନ୍ତ୍ରର ଏହି ଉତ୍ସବରେ ସାମିଲ ହୁଅନ୍ତୁ। ନିଜ ବୁଥକୁ ଯାଇ ଭୋଟ ଦିଅନ୍ତୁ।

ଦିନ ୧ଟା ସୁଦ୍ଧା ୩୩ ପ୍ରତିଶତ ମତଦାନ, ମୃତ ପୋଲିଂ କର୍ମଚାରୀଙ୍କୁ ମିଳିବ ସହାୟତା

୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନରେ ଚାଲିଛି ମତଦାନ। ବିଭିନ୍ନ ବୁଥରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଚାଲିଛି। ଭୋଟରମାନେ ଲମ୍ବା ଧାଡ଼ିରେ ଆସି ଭୋଟ ଦେଉଛନ୍ତି। ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ଗିରଫ ହେଲେ ନକଲି ଭୋଟର, ବୁର୍ଖା ପିନ୍ଧି ପୁରୁଷ ଦେଉଥିଲେ ଭୋଟ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ଆଜି ସାରାଦେଶରେ ୯୫ଟି ଆସନରେ ଭୋଟ ଗ୍ରହଣ ହେଉଛିା ଏହି ପର୍ଯ୍ୟାୟରେ ମତଦାନରେ ଜାଲିଆତି ଭୋଟ ହୋଇଥିବା ଖବର ସାମ୍ନାକୁ ଆସିଛିା ଉତ୍ତରପ୍ରଦେଶର ଅମରୋହାରେ ନକଲି ଭୋଟର ବୁର୍ଖା ପିନ୍ଧି ଭୋଟ ଦେଉଥିଲାବେଳେ ଧରା ପଡ଼ିଛନ୍ତିା ଏହି ନକଲି ଭୋଟରଙ୍କୁ ଅମରୋହା ପୋଲିସ ଗିରଫ କରିଥିବା ଅମରୋହା ଲୋକସଭା ବିଜେପି ପ୍ରାର୍ଥୀ ତଥା ସାଂସଦ କୁଅଁର ସିଂହ ତୱର ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

EVM

ସୁନ୍ଦରଗଡ଼ରେ ଇଭିଏମ୍‌ ଅଚଳ, ଭୋଟ ନ ଦେଇ ଫେରିଗଲେ ଭୋଟର

ସୁନ୍ଦରଗଡ଼ରେ ଇଭିଏମ ଅଚଳ ଯୋଗୁଁ ଭୋଟରମାନେ ଭୋଟ ନ ଦେଇ ଫେରିଯାଇଥିବା ଖବର ଆସିଛି। ସୁନ୍ଦରଗଡ଼ର ରଙ୍ଗାଢିପା ସ୍କୁଲର ୭ ନମ୍ବର ବୁଥରେ ଭୋଟର ଭୋଟ ନଦେଇ ଫେରିଯାଇଛନ୍ତି। ଦୀର୍ଘ ସମୟ ଧରି ଇଭିଏମ୍‌ ଅଚଳ ହେବା କାରଣରୁ ବୁଥ୍‌ ସାମ୍ନାରେ ଲମ୍ବା ଲାଇନ୍‌ ଲାଗିଥିଲା। ଇଭିଏମ୍‌ରେ କୌଣସି ସୁଧାର ନଆସିବାରୁ ମତଦାନ ନ କରି ଫେରି ଗଲେ ଭୋଟର।

ଇଭିଏମ ଅଚଳ –  ମତଦାନ ବିଳମ୍ବ

ସକାଳ ୭ଟାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲାଗି ମତଦାନ। ୫ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ମତଦାନ ହେଉଛି। ଭୋଟ ଆରମ୍ଭରୁ କିଛି ବୁଥରେ ଇଭିଏମ ଅଚଳ ନେଇ ଅଭିଯୋଗ ଆସିଛି। ଯେଉଁଥିପାଇଁ ମତଦାନରେ ବିଳମ୍ବ ହେଉଛି। ଫୁଲବାଣୀରେ ୨ଟି ବୁଥରେ ଇଭିଏମ ଅଚଳ ଅଭିଯୋଗ ହୋଇଛି। ବୁଥ ନମ୍ବର ୧୧୩ ଓ ୧୦୧ରେ ଇଭିଏମ ଅଚଳ ହୋଇଥିବା କୁହାଯାଉଛି। ଯେଉଁଥିପାଇଁ ମତଦାନରେ ବିଳମ୍ବ ହେଉଛି।

ଭୋଟ ଦେଲେ ପ୍ରମିଳା, ଇଛା ନିର୍ବାଚନ ଜିତିବା

ଆସିକା ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋଇ ଭୋଟ ଦେଇଛନ୍ତି। ବୁଥକୁ ଆସି ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ପ୍ରମିଳା ଭୋଟ ଦେଇସାରିବା ପରେ ଅଙ୍ଗୁଳିରେ ଲାଗିଥିବା କାଳିକୁ ଗଣାମାଧ୍ୟମକୁ ଦେଖାଇଥିଲେ। ଆସିକା ଲୋକସଭାରେ ଏଥର ବିଗ ଫାଇଟ ଦେଖିବାକୁ ମିଳିବ। ବିଜେପି ଅନୀତା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ସିପିଆଇ କଂଗ୍ରେସ ସମର୍ଥକ ନେତା ରାମକୃଷ୍ଣ ପଣ୍ଡା ଏମାନଙ୍କୁ ଟକ୍କର ଦେଉଛନ୍ତି।

ଭୋଟ ବର୍ଜନ କଲେ ଭୋଟର

୫ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ମାତ୍ର ଭୋଟ ଆରମ୍ଭରୁ ବିଭିନ୍ନ ସ୍ଥାନରୁ ଇଭିଏମରେ ତ୍ରୁଟି ପାଇଁ ଲୋକେ ମତଦାନ ଦେଇପାରୁନାହାନ୍ତି। ଯେଉଁଥିପାଇଁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ବଲାଙ୍ଗିର ଲୋଇସିଂହାର ଦୁଇଟି ବୁଥରେ ଭୋଟର ଭୋଟ ବର୍ଜନ କରିଛନ୍ତି। ଭୋଟ ବର୍ଜନ କରିଛନ୍ତି ବବଜା ଓ ଜଙ୍କରିଅ ଗାଁ ଲୋକେ। ମତଦାନ କେନ୍ଦ୍ର ବହୁଦୂର ହୋଇଥିବାରୁ ପ୍ରତିବାଦ କରି ଭୋଟ ବର୍ଜନ କରିଛନ୍ତି ଗାଁ ଲୋକେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ବଲାଙ୍ଗିର ଲୋକସଭା ଆସନ – ଦିଅର, ଭାଉଜଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ନୂଆ ଚେହେରା

ଓଡ଼ିଶା ରାଜନୀତିରେ କନ୍ଧମାଳର ଗୁରୁତ୍ୱ

ବରଗଡ଼ – ଭୋଟର କ’ଣ ଚିନ୍ତା କରୁଛନ୍ତି?

ଓଡ଼ିଶାରେ ବିଜେପି ହେବ ମୁଖ୍ୟ ବିରୋଧୀ ଦଳ?

ଏପ୍ରିଲ ୧୮ରେ ଭୋଟ – ହିଞ୍ଜିଳି ଉପରେ ସଭିଙ୍କ ଆଖି

LEAVE A REPLY

Please enter your comment!
Please enter your name here