ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ : ୪୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଆଜି ରାଜ୍ୟରେ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ଲାଗି ମତଦାନ। ମୋଟ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ନିଜର ମତାଧିକାର ସାବ୍ୟସ୍ତ କରିବେ ଜନତା। ସକାଳ ୭ରୁ ଲୋକେମାନେ ବିଭିନ୍ନ ବୁଥରେ ଲାଇନ୍ ଲଗାଇ ନିଜର ଭୋଟ୍ ସାବ୍ୟସ୍ତ କରୁଛନ୍ତି। ଆଜି ୧୦ ହଜାର ୪୬୪ ବୁଥରେ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟରେ ୬ ଲୋକସଭା ଲାଗି ୬୧ ପ୍ରାର୍ଥୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୫୫ ଜଣ ପୁରୁଷ ଓ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଲାଗି ୩୫୬ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୧୮ ଜଣ ପୁରୁଷ, ୩୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ବି ଅଛନ୍ତି।

ଆଜି ଓଡ଼ିଶା ଆସିବେ ମୋଦି : ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ କରିବେ ପ୍ରଚାର

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି କେନ୍ଦ୍ରାପଡ଼ା ବାରୁଆ ପଡ଼ିଆରେ ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେବେ ମୋଦି। ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ କରିବେ ନିର୍ବାଚନୀ ପ୍ରଚାର। ଏ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାପରେ ବାଲେଶ୍ୱର ଯାଇ ନିର୍ବାଚନ ପ୍ରଚାର କରିବେ ନରେନ୍ଦ୍ର ମୋଦି।

ଗଣତନ୍ତ୍ରର ମହାକୁମ୍ଭରେ ସାମିଲ ହୋଇ ଭୋଟ ଦେଲେ ମୋଦି

ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛିା ଏହି ପର୍ଯ୍ୟାୟରେ ଗୁଜୁରାଟର ସମସ୍ତ ଆସନ ଓ କେରଳର ସମସ୍ତ ଆସନରେ ମତଦାନ ହେବା ମୋଦି ଆଜି ଗୁଜୁରାଟର ଅହମ୍ମଦାବାଦରେ ନିଜର ମତ ସାବ୍ୟସ୍ତ କରିଛନ୍ତି।

କେନ୍ଦୁଝରରେ ୧୦୦ରୁ ଅଧିକ ବୁଥରେ ଇଭିଏମ ଅଚଳ

ସକାଳ ୭ଟାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲାଗି ମତଦାନ। କେନ୍ଦୁଝରରେ ୧୦୦ରୁ ଅଧିକ ପୋଲିଂ ବୁଥରେ ଇଭିଏମ ଅଚଳ ହୋଇଥିବା ଅଭିଯୋଗ ଆସିଛି। କେନ୍ଦୁଝର ଲୋକସଭା ଆସନ ଅଧୀନରେ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଆସୁଛି।

ରାହୁଲ ଓ ଅମିତ ଶାହଙ୍କ ଭାଗ୍ୟ ପରୀକ୍ଷା ଆଜି

ଆଜି ତୃତୀୟ ପର୍ଯ୍ୟାୟରେ୧୩ ରାଜ୍ୟରେ ରାଜ୍ୟର ୧୧୬ ଆସନରେ ମତଦାନ ହେଉଛି। ତୃତୀୟ ପର୍ଯ୍ୟାୟରେ ଦୁଇ ହେବିଓ୍ୱେଟଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜନାର୍ଦ୍ଦନ। ଏହି ଦୁଇ ହେଭିଓ୍ୱେଟ ନେତା ହେଲେ ଅମିତ ଶାହ, ରାହୁଲ ଗାନ୍ଧି। ଏହି ଦୁଇ ନେତାଙ୍କ ଆସନ ଗୁଜୁରାଟ ଓ କେରଳରେ ମତଦାନ ହେଉଛି। ଗୁଜୁରାଟର ଗାନ୍ଧି ନଗରରୁ ଅମିତ ଶାହ, କେରଳ ଓ୍ୱାଇନାଡରୁ ରାହୁଲ ଗାନ୍ଧିଙ୍କ ଭାଗ୍ୟ ଇଭିଏମରେ ସିଲ ହେବା

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ମୁଁ ବୋଧେ କାଲି ମରିଯାଇଥାନ୍ତି – ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ୍

ପିପିଲିରେ କ’ଣ ହେବ ମହାରଥୀଙ୍କ ଭାଗ୍ୟ?

ମତଦାନର ମାତ୍ର ଦିନକ ଆଗରୁ କାହିଁକି ଗିରଫ ହେଲେ ପ୍ରଦୀପ ମହାରଥୀ?

Comment