ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 11am

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଶେଷ ପର୍ଯ୍ୟାୟ ଭୋଟ ଲାଗି ନବୀନଙ୍କ ମାରାଥନ ପ୍ରଚାର

ସରିଛି ୩ଟି ପର୍ଯ୍ୟାୟ ଲାଗି ମତଦାନ, ବାକି ରହିଛି ଗୋଟିଏ ପର୍ଯ୍ୟାୟ ମତଦାନ। ଶେଷ ପର୍ଯ୍ୟାୟ ଭୋଟ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରୁଛନ୍ତି। ଆଜି ବାଲେଶ୍ୱର ଓ ମୟୂରଭଞ୍ଜରେ ମାରାଥନ ପ୍ରଚାର କରିବେ ବିଜେଡି ସଭାପତି। ବିଭିନ୍ନ ସ୍ଥାନରେ ଆୟୋଜିତ ସଭାରେ ଉଦବୋଧନ ସହ ରୋଡ ସୋ କରିବେ ବିଜେଡି ସଭାପତି।

ବିଜେପିରେ ମିଶନ ଓଡ଼ିଶା – ଆଜି ଆସୁଛନ୍ତି ନୀତିନ ଗଡକରୀ

ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରଚାରକୁ ଜୋରସୋର କରିଛନ୍ତି। ଏ ସବୁ ଦଳଙ୍କ ଫୋକସରେ ଏବେ ଉତ୍ତର ଓଡ଼ିଶା। ଆଜି ନିର୍ବାଚନ ପ୍ରଚାର ପାଇଁ ଭଦ୍ରକ ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ। ଅପରାହ୍ନରେ ଭଦ୍ରକ ବରାହପୁରରେ ବିଜେପିର ବିଜୟ ସଂକଳ୍ପ ଶୋଭାଯାତ୍ରାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ ଗଡକରୀ।

ସତ୍ୟବାଦୀ ଓ ବ୍ରହ୍ମଗିରରେ ଇଭିଏମ ଭଙ୍ଗା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀର ସତ୍ୟବାଦୀ ଓ ବ୍ରହ୍ମଗିରିର ଦୁଇଟି ବୁଥରେ ଇଭିଏମ ଭଙ୍ଗାରୁଜା ଓ ଉତ୍ତେଜନା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ନିର୍ବାଚନ ଅଧିକାରୀଙ୍କୁ ଜଣାଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ। ବ୍ରହ୍ମଗିରିର ୨୨୨ ନମ୍ବର ବୁଥରେ ଗୋଟିଏ ଇଭିଏମ ଓ ସତ୍ୟବାଦୀ ବିରକିଶୋରପୁରରେ ୭୮ ନମ୍ବର ବୁଥରେ ଇଭିଏମ ଭାଙ୍ଗିଦିଆଯାଇଛି। ଏ ଘଟଣାପରେ ପ୍ରିଜାଇଡିଂ ଅଫିସର ଥାନାରେ ଅଭିଯୋଗ କରିଛନ୍ତି।

୨୫ରେ ୯ଟି ବୁଥରେ ରି-ପୋଲିଂ

ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ବାତିଲ ହୋଇଥିବା ୯ଟି ବୁଥରେ ସାନି ମତଦାନ ହେବ। ଏହି ସମସ୍ତ ବୁଥରେ ଆସନ୍ତା ୨୫ତାରିଖରେ ଭୋଟଗ୍ରହଣ ହେବ। ଏ ନେଇ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁସାରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ବେଳେ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ୮ଟି ଓ ଇଭିଏମ ଭଙ୍ଗା ପାଇଁ ଗୋଟିଏ ବୁଥରେ ନିର୍ବାଚନକୁ ବାତିଲ କରାଯାଇଥିଲା । ଯାହାପରେ ଏହି ସବୁ ବୁଥରେ ସାନି ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୁପାରିସ କରିଥିଲେ।

୨୫ରେ ରୋଡ ସୋ’, ୨୬ରେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି

ବାରଣାସୀ ଲୋକସଭା ଆସନ ପାଇଁ ଆସନ୍ତା ୨୬ରେ ପ୍ରାର୍ଥିପତ୍ର ଦାଖଲ କରିବେ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ୨୫ ତାରିଖରେ ଏକ ବିଶାଳ ରୋଡ ସୋ’ କରିବେ ମୋଦି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ସୂଚନା ଦେଇଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ଏନଡିଏରେ ସାମିଲ ଥିବା ଦଳର ନେତାମାନେ ଉପସ୍ଥିତ ରହିବେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଅକାଳି ଶିରୋମଣି ଦଳର ସଭାପତି ସୁଖବୀର ସିଂହ ବାଦଲ ପ୍ରମୁଖ ଉପସ୍ଥିତ ରହିବେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

କେନ୍ଦ୍ରାପଡ଼ାରେ ମୋଦି ସିଧା ସିଧା କହିଲେ – ‘‘ ନବୀନ ଭଲରେ ଭଲରେ ରାଜନୀତିରୁ ବିଦାୟ ନିଅନ୍ତୁ’’

କଥାରେ ଦେଶ ଚାଲେ ନାହିଁ –  ନବୀନ

ପିପିଲିରେ ଷଡ଼ଯନ୍ତ୍ର ରଚିଛି ବିଜେପି, ଲୋକେ ଜବାବ ଦେବେ – ପିନାକୀ ମିଶ୍ର

ମାନବିକତାର ପରିଚୟ –  ଏମିତି ମତଦାନ କେନ୍ଦ୍ର, ଯେଉଁଠି ପ୍ରତିଟି ଅଧିକାରୀ ଦିବ୍ୟାଙ୍ଗ

ସରିଲା ତୃତୀୟ ପର୍ଯ୍ୟାୟ ମତଦାନ, ଇଭିଏମ୍‌ରେ ସିଲ୍ ହେଭିୱେଟ୍‌ ନେତାଙ୍କ ଭାଗ୍ୟ

Comment