ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ ଏପ୍ରିଲ ୨୯ରେ। ପ୍ରଚାର ଲାଗି ହାତରେ ମାତ୍ର ଅଉ କେଇଦିନ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜଗତସିଂହପୁର ବାଲିକୁଦାରେ ଏରସମାରେ ନିର୍ବାଚନ ପ୍ରଚାର କରିଛନ୍ତି। ଏରସମା ସଭାରେ ଯୋଗ ଦେଇ ନବୀନ ସିଧା କେନ୍ଦ୍ରକୁ ସମାଲୋଚନା କରିଛନ୍ତି।

ସଭାରେ ମହାବାତ୍ୟା ପ୍ରସଙ୍ଗକୁ ମନେ ପକାଇଛନ୍ତି ନବୀନ। ‘‘ଏରସମା ଆସିଲେ ୧୯୯୯ ମସିହା ବାତ୍ୟା କଥା ମନେ ପଡ଼ିଯାଏା ମହାବାତ୍ୟାରେ ସବୁ ନଷ୍ଟ ହୋଇଯାଇଥିଲା। ଏରସମା ମୋ ଜୀବନର ବଡ଼ ଦୁଃଖଦ ଅନୁଭୂତି’’, ସଭାରେ କହିଛନ୍ତି ନବୀନ।

ସେହିପରି କାଳିଆ ଯୋଜନା ପ୍ରସଙ୍ଗ ଉଠାଇଛନ୍ତି ନବୀନ। ‘‘କାଳିଆ ଯୋଜନାକୁ  ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି। ସରକାର ଗଠନର ପ୍ରଥମ ଦିନରେ ଚାଷୀଙ୍କୁ ସହାୟତା ମିଳିବ। ୨ଟି କିସ୍ତିରେ ୧୦ ହଜାର ଟଙ୍କା ମିଳିବ’’, କହିଛନ୍ତି ନବୀନ।

“ରାଜ୍ୟରେ ବିପତ୍ତି ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଦେଖା ନାହିଁ। ଏବେ ନିର୍ବାଚନ ଥିବାରୁ ଭୋଟ ପାଇଁ ବାରମ୍ବାର ଓଡ଼ିଶା ଆସୁଛନ୍ତି’’, ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଟାର୍ଗେଟ କରି ଏହା କହିଛନ୍ତି।

ଏତେ ଖରାରେ ବି ଜନ ସାଧାରଣ ତାଙ୍କ ସଭାରେ ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ।

Comment