ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ମାଓ ପ୍ରଭାବିତ ଜିଲ୍ଲା ବିଜାପୁରରେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଫଳରେ ଦୁଇ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି।

ସହିଦ ପୋଲିସ କର୍ମଚାରୀ ହେଲେ ଅରବିନ୍ଦ ମିଞ୍ଜ ଏବଂ ସୁକୁ ହପକା। ଏହି ଦୁଇ ଜଣ ସୁରକ୍ଷା କର୍ମୀ ସ୍ଥାନୀୟ ଗ୍ରାମର ଜଣେ ଲୋକଙ୍କୁ ନେଇ ମଟର ସାଇକେଲରେ ଟିପାପୁରମ ଯାଇଥିଲେ। ଫେରିବା ବେଳେ ତୋଙ୍ଗଗୁଡ଼ା ନିକଟରେ ମାସବାଦୀମାନେ ଏମାନଙ୍କ ଉପରକୁ ଗୁଳି ଚଳାଇଥିଲେ।

ଦୁଇ ସୁରକ୍ଷା କର୍ମୀ ନିହତ ହୋଇଥିବା ବେଳେ ସାଙ୍ଗରେ ଥିବା ଗ୍ରାମବାସୀ ଜଣକ ଆହତ ହୋଇଥିଲେ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

Comment