ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର।

ରେଳଯାତ୍ରୀଙ୍କ ଲାଗି ଜାରି ହେଲା ହେଲ୍ପଲାଇନ ନମ୍ବର –  ଜାଣନ୍ତୁ ଆପଣଙ୍କ ଷ୍ଟେସନର ନମ୍ବର

ବାତ୍ୟା ‘ଫନି’କୁ ନେଇ ପୂବତଟ ରେଲୱେ ଯାତ୍ରୀଙ୍କ ଲାଗି ଜାରି କରିଛି  ହେଲ୍ପଲାଇନ ନମ୍ବର। ଯାତ୍ରୀଙ୍କ ସୁରକ୍ଷା ଲାଗି ପୂର୍ବତନ ରେଲୱେ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପ୍ରତିଷ୍ଟେସନ ଲାଗି ତିନୋଟି ହେଲ୍ପ ଲାଇନନମ୍ବର ଜାରି କରାଯାଇଛି।

ବର୍ଷାକୁ ଦୃଷ୍ଟିରେ ରଖି ୧୭ଜିଲ୍ଲା ପାଇଁ ଜାରିହେଲା ରେଡ୍ ୱାର୍ଣ୍ଣିଂ

ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ରାଜ୍ୟରେ ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଛି। କିଛିଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବା ବେଳେ କିଛିସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲା ଲାଗି ରେଡ ଆଲର୍ଟ ଜାରି କରିଛନ୍ତି।

ଆଉ ୪ଟ୍ରେନ ବାତିଲ, କିଛି ଟ୍ରେନର ବଦଳିଲା ରୁଟ୍

ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇସାରିଛି ‘ଫନି’। ଏହା ଏବେ ପୁରୀଠୁ ୩୬୦ କିମି ଦୂରରେ ଅଛି। ସେହିପରି ପାଣିପାଗ ବିଭାଗର ସଦ୍ୟତମ ସୂଚନାନୁସାରେ ଏହା ଆସନ୍ତାକାଲି ସକାଳ ୧୦ରୁ ୧୨ଟା ମଧ୍ୟରେ ପୁରୀ ପାଖାପାଖି ଲ୍ୟାଣ୍ଡଫଲ କରିପାରେ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଲୱେ ଅଧିକ ଟ୍ରେନକୁ ବାତିଲ କରିଦେଇଛି।

ପୁରୀ ନିକଟରେ ସକାଳ ୬ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ‘ଫନି’ 

ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ବର୍ତ୍ତମାନ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ସ୍ଥଳଭାଗକୁ ଅଗ୍ରସର ହେଉଛି ଏହି ଭୟଙ୍କର ସାମୁଦ୍ରିକ ବାତ୍ୟା। ଶୁକ୍ରବାର ସନ୍ଧ୍ୟାରେ ଏହା ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବାର ଆକଳନ କରାଯାଇଥିଲା। ତେବେ ଏହା ସକାଳ ୬ଟାରୁ ୧୦ ମଧ୍ୟରେ ଲ୍ୟାଣ୍ଡଫଲ କରାପାରେ ବୋଲି ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଆସୁଛି ‘ଫନି’ – ସାଢ଼େ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ଆସନ୍ତକାଲି ସକାଳ ୬ଟାରୁ ଦିନ ୧୦ଟା ଭିତରେ ସାମୁଦ୍ରିକ ଝଡ଼ ଫନି ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କରିବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତତ୍ପର ହୋଇ ଉଠିଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥନାନ୍ତର କରାଯାଉଛି।

‘ଫନି’ ପାଇଁ +୨ ଖାତା ମୂଲ୍ୟାୟନ ବନ୍ଦ

ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି +୨ ଖାତା ମୂଲ୍ୟାୟନ ବନ୍ଦ କରାଯାଇଛି। ବାତ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡ଼ିକରେ +୨ ଖାତା ମୂଲ୍ୟାୟନ ବନ୍ଦ କରାଯାଇଥିବା ବେଳେ ପ୍ରଭାବିତ ହେବାକୁ ନ ଥିବା ଜିଲ୍ଲାରେ ମୂଲ୍ୟାୟନ ପୂର୍ବପରି ଚାଲିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ-ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାଶ ସୂଚନା ଦେଇଛନ୍ତି।

ମୟୂରଭଞ୍ଜରେ ପହଞ୍ଚିଲେ ଏନଡିଆରଏଫ୍ ଟିମ୍

ବାତ୍ୟା ଫନି ପାଇଁ ମୟୂରଭଞ୍ଜ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ ଏବଂ ଏନଡିଆରଏଫ୍ ଟିମ୍ ପହଞ୍ଚିଛନ୍ତି। ଫନି ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ଯେଉଁ ଅଞ୍ଚଳ ପ୍ରଭାବିତ ହେବ ସେଠି ଏନଡିଆରଏଫ୍ ଏବଂ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବେ।

‘ଫନି’ ପାଇଁ ବଢ଼ିଲା ଆଳୁ ଟମାଟୋ ଦର

ଅତି ଭୟଙ୍କର ରୁପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟବାସୀ। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ବଜାରରେ ପରିବା ଦର ବଢ଼ିବାରେ ଲାଗିଛି।

ଚନ୍ଦ୍ରଭାଗା ନୋଳିଆ ବସ୍ତିରୁ ୧୫୦୦ ଲୋକ ସ୍ଥାନାନ୍ତର

ଘଣ୍ଟାକୁ ୧୬ କିଲୋମିଟର ବେଗରେ ମାଡ଼ିଆସୁଛି ‘ଫନି’। ପୁରୀଠାରୁ ପାଖାପାଖି ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏଥିପାଇଁ ସରକାର ପୂରା ସଜାଗ ରହିଛନ୍ତି। ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲା ପ୍ରଶାସନ ପୂରା ପ୍ରସ୍ତୁତ ଅଛନ୍ତି।

ଫନି ବେଳେ କେମିତି ରହିବେ ସତର୍କ

ଭୟଙ୍କର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ଯାହାପାଇଁ ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।ଶୁକ୍ରବାର ସକାଳ ୮ରୁ ୧୦ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ଫନି’। ‘ଫନି’ ବାତ୍ୟାରୁ ବର୍ତ୍ତିବା ପାଇଁ ଏସଆରସି କେତୋଟି କଥା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି।

‘ଫନି’ ଲାଗି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା – ଭୟଭୀତ ନହେବାକୁ ଦେଲେ ପରାମର୍ଶ

ବାତ୍ୟା ‘ଫନି’ ଏକ୍ସଟ୍ରିମିଲ୍ ସିଭିୟର ସାଇକ୍ଲୋନିକ୍‌ରେ ପରିଣତ ହୋଇ ଏବେ ଓଡ଼ିଶାମୁହାଁ ହୋଇଛି। ଏହା ଏବେ ପୁରୀଠାରୁ ୪୨୦ କିମି ଦୂରରେ ରହିଛି। ସେପଟେ ‘ଫନି’ ମୁକାବିଲା ଲାଗି ରାଜ୍ୟସରକାର ପୂରା ସଜାଗ ଅଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏ ନେଇ ଏକ ସମୀକ୍ଷା ବୈଠକ କରିଛିନ୍ତି।

Comment