ଓଡ଼ିଶାଲାଇଭ ବ୍ୟୁରୋ

ଫନି ପରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଅହେତୁକ ବୃଦ୍ଧି ଘଟିଛି। ସହରରେ ବିଜୁଳି, ପାଣିର ଅଭାବ ଯୋଗୁଁ ତରଭୁଜର ଚାହିଦା ବୃଦ୍ଧି ହେବାରେ ଲାଗିଛି। ଫଳରେ ତରଭୂଜ ବେପାରୀଙ୍କ ବେପାର ଜମୁଛି। ତରଭୂଜ ବେପାରୀଙ୍କ ଦୋକାନ ଆଗରେ ଗ୍ରାହକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି।

ସହରରେ କରେଣ୍ଟ ନଥିବାରୁ ଥଣ୍ଡା ପାନୀୟ ରାଜଧାନୀବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି। ଯାହା ଫଳରେ ତରଭୂଜକୁ ହିଁ ଏକମାତ୍ର ବିକଳ୍ପ ଭାବେ ବାଛି ନେଇଛନ୍ତି ସ୍ମାର୍ଟ ସିଟିର ସ୍ମାର୍ଟ ଲୋକ।

ଦୋକାନରେ ଗ୍ରାହକଙ୍କ ଭିଡ଼ ରହୁଥିଲେ ମଧ୍ୟ ବେପାରୀ କିନ୍ତୁ  ତରଭୂଜର ଦର ବଢ଼ାଇ ନାହାନ୍ତି। ହେଲେ ଆଗକୁ ତରଭୂଜ ଦର ମହଙ୍ଗା ହେବ ବୋଲି ତରଭୂଜ ବେପାରୀମାନେ କହିଛନ୍ତି।

‘‘ସହରରେ ପାଣିର ଅଭାବ। କରେଣ୍ଟ ବି ନାହିଁ। ଗରମରୁ ଟିକିଏ ଆଶ୍ୱସ୍ତି ପାଇବା ପାଇଁ ଲୋକ ଆମ ଦୋକାନରେ ଭିଡ଼ ଲଗାଉଛନ୍ତି’’, କହିଛନ୍ତି ଆଚାର୍ଯ୍ୟବିହାରର ଜଣେ ବେପାରୀ ରାଜକୁମାର ଗୁରୁ।

ଛୁଆଠୁ ବଡ଼ ସକାଳ ୯ଟା ବାଜିଲେ ତରଭୂଜ ନେବା ପାଇଁ ଆସୁଛନ୍ତି। ସବୁଠୁ ଅଧିକ ପାଠପଢ଼ୁଆ ଛୁଆ ଆସୁଛନ୍ତି ତରଭୂଜ ଖାଇବା ସହ ସେ ତରଭୂଜ ନେଇକି ବି ଯାଉଛନ୍ତି’’, କହିଛନ୍ତି ଗୌରା ସାହୁ।

Comment