ଓଡ଼ିଶାଲାଇଭ ବ୍ୟୁରୋ

ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଏଥର ଗତବର୍ଷ ତୁଳନାରେ ପାସହାର କମିଛି। ଗତବର୍ଷ ୭୬.୨୩ ପ୍ରତିଶତ ଥିବାବେଳେ ୭୦.୭୮ ଅର୍ଥାତ ଏଥର ୫ ପ୍ରତିଶତରୁ ଅଧିକ ପାସହାର କମିଛି।

ଗଣଶିକ୍ଷା ସଚିବ ପାସହାର କମିବାର କାରଣ କହିଛନ୍ତି । ସଚିବ ପ୍ରଦୀପ୍ତ ମହାପାତ୍ର ପାସହାର କମିବା କଥାକୁ ସ୍ବୀକାର କରିଛନ୍ତି। ଏହା ସହିତ ଏହା ପଛର କାରଣ କହିଛନ୍ତି ସ୍ଵଛତା। ସଚିବଙ୍କ ଅନୁସାରେ ଚଳିତବର୍ଷ ପରୀକ୍ଷାରେ ଅଧିକ ସ୍ଵଛତା ଅବଲମ୍ବନ କରାଯାଇଥିଲା ସେଥିଲାଗି ଏଥର ପାସହାର କମିଛି।

ପାରାଲାଲ ସେଟ ପ୍ରଶ୍ନପତ୍ର ଯୋଗୁ ସ୍ଵଛତା ଅବଲମ୍ବନ ହୋଇଛି। ଆସନ୍ତା ବର୍ଷ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯିବ ବୋଲି ସଚିବ କହିଛନ୍ତି। ଏହାସହିତ ଆଗକୁ ବୋର୍ଡର ଆଭିମୁଖ୍ୟ କଡ଼ା ରହିବ ବୋଲି ସେ କହିଛନ୍ତି।

ଚଳିତ ବର୍ଷ  ଝାରସୁଗୁଡ଼ାରେ ସର୍ବାଧିକ ପାସହାର ୮୫.୪୮ ପ୍ରତିଶତ ରହିଛି। ସେହିପରି କୋରାପୁଟରେ ସର୍ବନିମ୍ନ ପାସହାର ୫୦.୬୧ ପ୍ରତିଶତ ରହିଛି।

ଚଳିତ ବର୍ଷ ପରୀକ୍ଷା ଦେଇଥିବା ୫ ଲକ୍ଷ ୬୧ ହଜାର ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାସ କରିଛନ୍ତି ୩ ଲକ୍ଷ ୯୭ ହଜାର ୧୨୫ଜଣ  ଛାତ୍ରଛାତ୍ରୀ।

ଏମାନଙ୍କ ଭିତରେ ଝିଅଙ୍କ ସଂଖ୍ୟା ଅଧିକ ରହିଛି। ଏଥର ବି ପୁଅଙ୍କୁ ପଛରେ ପକାଇ ଝିଅ ଆଗରେ ଅଛନ୍ତି। କାରଣ ଚଳିତ ବର୍ଷ ୨ ଲକ୍ଷ ୫ ହଜାର ୪୭୦ ଜଣ ଝିଅ ପାସ କରିଥିଲା ବେଳେ  ୧ ଲକ୍ଷ ୯୧ ହଜାର ୬୫୫ ଜଣ ପୁଅ ପାସ୍‌ କରିଛନ୍ତି।

ଏହା ସହିତ ୮୨ ବିଦ୍ୟାଳୟରେ କେହିବି ରହିଛି । ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଛି ।

Comment