ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ପଞ୍ଚମ ପାଳିରେ ଶପଥ ନେଲେ ନବୀନ – ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଓଡ଼ିଶାର ଶାସନ ଗାଦିରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ଶପଥ ଗ୍ରହଣକୁ ଅତି ସୁନ୍ଦର ଭାବେ ବାଲୁକା କଳା ମାଧ୍ୟମରେ ପରିପ୍ରକାଶ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ। ଏନେଇ ନିଜ ଟୁଇଟର ଆକାଉଣ୍ଟରେ ସୁଦର୍ଶନ ଏହି ଫଟୋ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, “ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିଛନ୍ତି। ଏହି ଐତିହାସିକ ଶପଥ ଗ୍ରହଣ ଅବସରରେ ମୁଁ ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି।”

ଆଜି ନବୀନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ନିଜ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନବୀନଙ୍କ ଶପଥ ଗ୍ରହଣ ଉତ୍ସବରେ ଭଉଣୀ ଗୀତା ମେହେଟ୍ଟା ଓ ଭାଇ ପ୍ରେମ ପଟ୍ଟନାୟକଙ୍କ ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ନିମନ୍ତ୍ରିତ ଅତିଥି ସାମିଲ ହୋଇଥିଲେ।

Comment