ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଇଦ୍ ଅର୍ଥାତ ରମଜାନ ମାସର ଶେଷ ଦିନ। ମାସ ସାରା ମୁସଲମାନ ଭାଇ ଭଉଣୀ ରୋଜା ଓ ଉପବାସ ରଖି ରମଜାମ ମାସ ପାଳନ କରିଥିଲେ। ମଙ୍ଗଳବାର ଚାନ୍ଦ ଦିଶିବା ପରେ ରୋଜା ଭାଙ୍ଗିଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକେ। ଆଜି ବହୁ ଆଡ଼ମ୍ବରରେ ପାଳନ ହେଉଛି ଇଦ୍-ଉଲ୍‌-ଫିତର।

ସକାଳୁ ସକାଳୁ ମସଜିଦ ମାନଙ୍କରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି। ଆଲ୍ଲହାଙ୍କ ଦର୍ଶନ ପରେ ପରସ୍ପର ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ୍ ଜଣାଉଛନ୍ତି।

ଏନେଇ କଟକ ଅଞ୍ଜୁମାନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ଘୋଷଣା କରାଯାଇଛି। ନୂଆ ବସ୍ତ୍ର ପରିଧାନ କରି ମସଜିଦ୍‌ରେ ସମୂହ ପ୍ରାର୍ଥନା କରିଛନ୍ତି ମୁସଲମାନ ଧର୍ମାଲମ୍ବୀ। ଏହାପରେ ପରସ୍ପରକୁ ଇଦ୍‌ ମୁବାରକ ଜଣାଉଛନ୍ତି।

ଏହାସହିତ ଆଜି ପ୍ରତି ଘରେ ସିମେଇ ସହ ମିଠା , ପିଠାର ଆସର, ପୂରା ପରିବାର ଆଜି ଏକାଠି ଥାଆନ୍ତି। ମୁସଲମାନ ଭାଇ ଭଉଣୀ ମାନେ ଆଜିର ଦିନକୁ ଅପେକ୍ଷା କରି ରହିଥାନ୍ତି।

Comment