ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥର ପାତ୍ରପୁଟଠାରେ ପୋଲିସ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ପାଣି ଟାଙ୍କିରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି ଜୟପୁର ସଦର ପୋଲିସ।

ଗୁରୁବାର ଦିନ ପ୍ରାୟ ୧୨ଟା ୨୦ବେଳେ ୩୨୬ ନମ୍ବରଜାତୀୟ ରାଜପଥ ପାତ୍ରପୁଟ ନିକଟରେ ଗଞ୍ଜେଇ ଚାଲାଣକାରୀମାନେ ଏକ ନମ୍ବର ବିହୀନ ପାଣି ଟାଙ୍କିରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ଏକ ନାଲି ରଙ୍ଗ ନୂଆ କାର ପାଇଲଟିଂ କାମ କରୁଥିଲା। ପଚରା ଉଚୁରାବେଳେ ପାଣି ଟାଙ୍କିରେ ଗା‌ଞ୍ଜ‌େଇ ଥିବା ଜଣାପଡ଼ିଥିଲା।

ଜୟପୁର ସଦରଥାନା ପୋଲିସ ଏମାନଙ୍କୁ ଗିରଫ କରିବା ସହ ୯୫/୧୯ରେ ମାମଲା ରୁଜୁ କରିଛି। ୍ର

ଏହି ଘଟଣାରେ ପୋଲିସ ଉତ୍ତର ପ୍ରଦେଶ, ବିହାର ସମେତ ମାଛକୁଣ୍ଡ ଅଞ୍ଚଳର ୫ ଚାଲାଣକାରୀଙ୍କୁ ଗିରଫ କରିଛି। ପରେ ପୋଲସି କାର ସହ ୨ଟି ଖଣ୍ଡା. ଗୋଟିଏ  ଧାରୁଆ ଛୁରି ଜବତ କରିଛି।

Comment