ଓଡ଼ିଶାଲାଇଭ ବ୍ୟୁରୋ

ଚିକିତ୍ସା ଅଭାବରୁ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟିଛିା ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ। ଏ ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ।

ମହିଳାଙ୍କ ମୃତ ଦେହକୁ ରାସ୍ତା ଉପରେ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ତାଙ୍କର ସମ୍ପର୍କୀୟମାନେ। ମୃତ ମହିଳା ହେଉଛନ୍ତି ଖୁଣ୍ଟା ଥାନା ଅନ୍ତର୍ଗତ ଘଣ୍ଟଶିଳା ଗ୍ରାମର ଦାଶରଥି ମୁର୍ମୁ ଙ୍କ ପତ୍ନୀ ବାଙ୍ଗି ମୁର୍ମୁ।

ସୂଚନା ମୁତାବକ, ଗର୍ଭବତୀ ମହିଳା ଜଣକ ଗତ ୧୧ତାରିଖରେ ବାରିପଦା ର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇଥିଲା। ତାଙ୍କ ଗର୍ଭରେ ଦୁଇଟି ପିଲା ଥିବା ଡ଼ାକ୍ତର ପ୍ରକାଶ କରିଥିଲେ। ମାତ୍ର ଗୁରୁବାର ଦୁଇଟି ଯାକ ପିଲାଙ୍କ ମୃତ୍ୟୁ ହେବା ସହିତ ମହିଳାଙ୍କ ମୃତ୍ୟୁ ଘଟିଥିଲା।

ଏହାପରେ ପରିବାର ଲୋକେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଇ ଧାରଣାକୁ ଓହ୍ଲାଇଛନ୍ତିା ଖବର ପାଇ ବାରିପଦା ବିଧାୟକ ପ୍ରକାଶ ସୋରେନ ଘଟଣା ସ୍ଥଳରେ ପହଞ୍ଚି ଥିଲେ।

Comment