ଓଡ଼ିଶାଲାଇଭ ବ୍ୟୁରୋ

ଲଗାଣ ବର୍ଷାରେ ମୁମ୍ବାଇ ବେହାଲ ହୋଇଛି। ବର୍ଷାରେ ମୁମ୍ବାଇର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ପ୍ରବଳ ବର୍ଷା ହେତୁ ମଙ୍ଗଳବାର ମୁମ୍ବାଇର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମାଲଦ ଅଞ୍ଚଳରେ କାନ୍ଥ ପଡ଼ି ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ବ୍ରିହନମୁମ୍ୱାଇ ନଗରପାଳିକାର କୁରର ଗାଁରେ ମଧ୍ୟ କାନ୍ଥ ଭୁଶୁଡି ୧୩ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ପୁନେ ଆମ୍ୱେଗାଁଓରେ ଥିବା ସିନହଗଡ କଲେଜରେ କାନ୍ଥ ପଡ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। କଲ୍ୟନରେ ଜାତୀୟ ଉର୍ଦ୍ଦୁ ସ୍କୁଲର କାନ୍ଥ ଭୁଶୁଡି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ।

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ମୁଖ୍ୟମନ୍ତ୍ରୀ ଆଜି ମୁମ୍ବାଇରେ ସାର୍ବଜନୀନ ଛୁଟି ଘୋଷଣା କରିଛନ୍ତି।

ସୂଚନା ପାଇ ଏନଡିଆରଏଫ୍ ଟିମ୍ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ସେପଟେ ବର୍ଷା କାରଣରୁ ମୁମ୍ବାଇରେ ଗମନାଗମନ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟରେ ରଖି ୫୨ଟି ବିମାନକୁ ବାତିଲ କରାଯାଇଛି। ଲୋକନ ଟ୍ରେନଗୁଡ଼ିକ ମଧ୍ୟ ବାତିଲ ହୋଇଛି।

ମୁମ୍ବାଇରେ ଆହୁରି ଦୁଇ ଦିନ ଯାଏଁ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବର୍ଷାରେ ଘରୁ ନବାହାରିବା ପାଇଁ ଟୁଇଟର ଜରିଆରେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comment