ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ କଟକ ଦୋଳମୁଣ୍ଡେଇଠାରେ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ତରଫରୁ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା। ରଥ ଯାତ୍ରା ଦେଖିବାକୁ ଆସିଥିବା ପ୍ରାୟ ୧୦ ହଜାର ଭକ୍ତଙ୍କୁ ଟଙ୍କ ତୋରାଣି ବଣ୍ଟା ଯାଇଥିଲା।

ଏହାସହ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ସମିତି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଦୋଳମୁଣ୍ଡେଇସ୍ଥିତ ଜଗନ୍ନାଥ ମନ୍ଦିର ସମେତ ରଥ ଯିବା ରାସ୍ତାରେ ସଫେଇ କାର୍ଯ୍ୟ କରିଥିଲେ ସମିତିର କର୍ମକର୍ତ୍ତା। ରଥଯାତ୍ରା ବେଳେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ସମିତି ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଥିଲା।

ଏହିସବୁ କାମରେ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ଚିନ୍ମୟୀ ଦାଶ, ସୁମନବାଳା ତ୍ରିପାଠୀ, ସୁପ୍ରଭା ସ୍ୱାଇଁ, ମନସ୍ୱିନୀ ସାହୁ, ଲୁହଜିତା ମହାନ୍ତି, ଲିପିକା ଦାଶ, ସେକ୍ ଇମତିଆଜ, ସାନ୍ତନୁ ସାମଲ, ବିସ୍ମୟ ସାହୁ, ଅମୁଲ୍ୟ ମହାରଣାଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସୂଚାରୁରୂପେ ସମ୍ପାଦିତ ହୋଇଥିଲା।

କଟକ ଦେଳମୁଣ୍ଡେଇସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ରଥଯାତ୍ରା ପାଳିତ ହୋଇ ଆସୁଛି। ହଜାର ହଜାର ଲୋକ ରଥଯାତ୍ରା ଦେଖିବାକୁ ଆସିଥାନ୍ତି।

Comment