ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ତାପଙ୍ଗରେ ଘଟିଛି ଏକ ଅମାନବୀୟ ଘଟଣା। ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ଯୁବତୀଜଣକ କଥା କହିପାରନ୍ତି ନାହିଁ। ଏ ବିଷୟରେ ଯୁବତୀଙ୍କ ମା’ ଥାନା ଏତଲା ଦେବା ପରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି।

ଅଭିଯୋଗ ମୂତାବିକ, ନିଜ ମାଙ୍କ ସହିତ ୨୨ ବର୍ଷିୟ ଭିନ୍ନକ୍ଷମ ଯୁବତୀ ଜଣକ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗସ୍ଥିତ କ୍ରସରରେ କାମ କରନ୍ତି। ମଙ୍ଗଳବାର ସକାଳେ ଯୁବତୀଜଣକ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ପାଖରେ କାମ କରୁଥିବା ଜଣେ କ୍ରସର ଡ୍ରାଇଭର ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା।

ତେବେ ଯୁବୀଜଣକ କଥା କହିପାରୁନଥିବାରୁ ପଡୋଶୀ ଜାଣି ପାରିନଥିଲେ। ତାଙ୍କ ମା’ ଘରକୁ ଫେରିବା ପରେ ଯୁବତୀ ଜଣକ ଘଟଣା ସମ୍ପର୍କରେ ନିଜ ମା’ଙ୍କୁ ଜଣାଇଥିଲେ। ଯୁବତୀଙ୍କ ମା’ ଖୋର୍ଦ୍ଧା ଟାଉନ୍‌ ଥାନାରେ ଏ ନେଇ ଅଭିଯୋଗ କରିବା ପରେ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି।

Comment